Latest Odisha News

ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ; ଗଞ୍ଜାମ ଜଗିବେ ୨୦ କମ୍ପାନୀ ସିଏପିଏଫ

ଗଞ୍ଜାମ: ‘ଗଞ୍ଜାମ ଜଗିବେ ୨୦ କମ୍ପାନୀ ସିଏପିଏଫ । ଅତିରିକ୍ତ ଡିଜିପି ରାଙ୍କ ଅଧିକାରୀଙ୍କୁ ଦିଆଯିବ ଗଞ୍ଜାମ ମନିଟରିଂ ଦାୟିତ୍ବ । ପ୍ରିଜାଇଡିଂ ଓ ପୋଲିଂ ଅଫିସର ବେଆଇନ କାର୍ଯ୍ୟ କଲେ ତାଙ୍କ ଉପରେ ହେବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ।ଖଲ୍ଲିକୋଟ ନିର୍ବାଚନ ପୂର୍ବ ହିଂସାକୁ ଆଖିରେ ରଖି ଶୂନ୍ୟ ସହନଶୀଳତା ଅବଲମ୍ବନ କରିଛନ୍ତି ଇସିଆଇ ।’

ନିର୍ବାଚନ ପୂର୍ବରୁ ଗଞ୍ଜାମ ଖଲ୍ଲିକୋଟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଏବେ ପୂରା ସଜାଗ ନିର୍ବାଚନ କମିଶନ । ସେଥିପାଇଁ ଗଞ୍ଜାମରେ ସୁରକ୍ଷା ବ୍ୟବସ୍ଥା ପୂରାପୂରି କଡାକଡି କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନୀ ଅଧିକାରୀ । ତେବେ ଆସନ୍ତା ୨୦ରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ଇସି । ଯେଉଁଥିରେ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ । ଏଥିପାଇଁ ମୁତୟନ ହୋଇଛନ୍ତି ମୋଟ ୧୦୨ କମ୍ପାନୀ ସିଏପିଏଫ । ୨୨ କମ୍ପାନୀ କନ୍ଧମାଳରେ, ୨୦ କମ୍ପାନୀ ଗଂଜାମରେ, ସୁନ୍ଦରଗଡ଼ରେ ୧୬ ଓ ବଲାଙ୍ଗିରରେ ୧୪ କମ୍ପାନୀ ମୁତୟନ ହେବେ ।

ତେବେ ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ରହିଛନ୍ତି । ଏହା ମଧ୍ୟରୁ ୧୮ରୁ ୧୯ ବର୍ଷର ପ୍ରଥମ ଭୋଟର ରହିଛନ୍ତି ୨.୬୭ ପ୍ରତିଶତ  ଓ ୨୦ ରୁ ୨୯ ବର୍ଷୀୟ ରହିଛନ୍ତି ୨୧.୩୧ ପ୍ରତିଶତ ।

Comments are closed.