Latest Odisha News

BREAKING NEWS

ପୋଲିଓ ବୁନ୍ଦା ଖାଇ ୨୦ ଦିନର ଶିଶୁ ପ୍ରାଣ ହରାଇଥିବା ଅଭିଯୋଗ

ରାଜନଗର: ପୋଲିଓ ବୁନ୍ଦା ଖାଇବା ପରେ ପ୍ରାଣ ହରାଇଛି ୨୦ ଦିନର ଜଣେ ଶିଶୁପୁତ୍ର। ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଶିଶୁଟିର ପରିବାର ଲୋକେ।

କରୋନା ପାଇଁ ଅନେକ ଦିନର ବ୍ୟବଧାନ ପରେ ଦେଶରେ ପୁଣି ପୋଲିଓ ବୁନ୍ଦାକାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତେବେ ଗତକାଲି ରାଜନଗର ଅଞ୍ଚଳର ଜଣେ ୨୦ ଦିନର ଶିଶୁ ପୁତ୍ର ପୋଲିଓ ଖାଇ ପ୍ରାଣ ହାରାଇଥିବା ତାର ବାପା ରଂଜନ ମଳିକ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ରାଜନଗର ଥାନା ଅନ୍ତର୍ଗତ କଣ୍ଡିଆ ପଂଚାୟତ ବଳରାମପୁର ଗ୍ରାମର ରଂଜନ ମଳିକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ରବିବାର ଦିନ ତାଙ୍କ ପତ୍ନୀ ପୁଅକୁ ନିକଟସ୍ଥ କେନ୍ଦ୍ରକୁ ନରି ପୋଲିଓ ବୁନ୍ଦା ଦେଇଥିଲେ । ବୁନ୍ଦା ଖାଇବାର କିଛି ଘଣ୍ଟା ପରେ ପୁଅ ନିସ୍ତେଜ ହୋଇଯିବାରୁ ସେମାନେ ତାକୁ ତୁରନ୍ତ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ ।

ପୁଲିସ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comments are closed.