Latest Odisha News

BREAKING NEWS

ଭାରତ ଚୀନ ମୁହାଁମୁହିଁ, ୨୦ ଭାରତୀୟ ଯବାନ ସହିଦ

ଭୁବନେଶ୍ୱର: ଲଦ୍ଦାଖର ଗାଲୱାନ ଉପତ୍ୟକାରେ ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଫଳରେ ୨୦ ଭାରତୀୟ ଯବାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚୀନ ସୈନ୍ୟଙ୍କ ମଧ୍ୟରୁ ୪୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଅନେକ ଆହତ ହୋଇଛନ୍ତି । ଆଗକୁ ଉଭୟଙ୍କ ପକ୍ଷରୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି ।

ସହିଦ ହୋଇଥିବା ଭାରତୀୟ ଯବାନଙ୍କ ମଧ୍ୟରେ ଜଣେ ଅଫିସର ଓ ଦୁଇ ଜଣ ଯବାନ ରହିଥିବା ଜଣାପଡିଛି ।

Leave A Reply

Your email address will not be published.