Latest Odisha News

BREAKING NEWS

ଆସାମରେ ଭୂସ୍ଖଳନ; ୨୦ ମୃତ

ଗୌହାଟୀ: ଦକ୍ଷିଣ ଆସାମରେ ସୋମବାର ଦିନ ହୋଇଥିବା ଭୂସ୍ଖଳନରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଆସାମର ବାରକ ଭ୍ୟାଲି ଉପତ୍ୟକାର ତିନୋଟି ଜିଲ୍ଲାରେ ଘଟିଥିବା ଏହି ଭୂସ୍ଖଳନରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି।

ଖବର ଅନୁଯାୟୀ, ଚାଚର ଜିଲ୍ଲାରେ ୭ ଜଣ, ହାଇଲାକନ୍ଦି ଜିଲ୍ଲାରେ ୭ଜଣ ଏବଂ କରିମଗଞ୍ଜ ଜିଲ୍ଲାରେ ୬ ଜଣଙ୍କର ମୃତ୍ୟୁ ଘଟିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଏହି ଭୂସ୍ଖଳନ ଘଟିଥିବା ସୂଚନା ମିଳିଛି।

Leave A Reply

Your email address will not be published.