ଭୁବନେଶ୍ୱର: ଗୁରୁବାର ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୦ ଜଣ କରୋନା ପଜିଟିଭ । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏକକାଳୀନ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୧୭ ଜଣ ନୂଆଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଂଜ ଜିଲ୍ଲାରୁ ୩ ଜଣ ସଂକ୍ରମିତ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏହି ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ ରେ ପହଞ୍ଚିଛି । ୩ ପଜିଟିଭ ସହ ମୟୁରଭଞ୍ଜ ଜିଲ୍ଲାରେ ପ୍ରବେଶ କରିଛି କରୋନା । ୧୩ ନୂଆ ପଜିଟିଭ ସହ ଗଞ୍ଜାମରର ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ସମସ୍ତ ବ୍ୟକ୍ତି ୫୦ ବର୍ଷରୁ କମ୍ ବୋଲି ଜଣାପଡିଛି ।
ଜିଲ୍ଲାବାସୀଙ୍କୁ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ ଯୋଗେ ନିବେଦନ କରିଛନ୍ତି। କ୍ଵରେଣ୍ଟାଇନ ସେଣ୍ଟର ଠାରୁ ଦୂରରେ ରହିବାକୁ ଅନୁରୋଧ। ଏଠାରେ ରହୁଥିବା ବ୍ୟକ୍ତି ମାନେ ହଟସ୍ପଟ ଅଞ୍ଚଳରୁ ଫେରିଛନ୍ତି । ସାମାଜିକ ଦୂରତା ପାଳନ କରିବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ ।
ରାଜ୍ୟର ୧୮ଟି ଜିଲ୍ଲାକୁ କରୋନା ଭାଇରସ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ୧୪୧ ଟି ସକ୍ରିୟ ମାମଲା ରହିଥିବା ବେଳେ, ୬୧ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି ।
Comments are closed.