Latest Odisha News

BREAKING NEWS

ଲଗାଣ ବର୍ଷା ପାଇଁ ଆଜି ୨୦୦ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ: ଆଜି ଟ୍ରେନରେ ଯିବାକୁ ଯଦି ଆପଣ ସ୍ଥିର କରିଛନ୍ତି ତେବେ ଟ୍ରେନର ଟାଇମ୍ ଟେବଲ୍ ଟିକେ ଦେଖି ନିଅନ୍ତୁ । କାରଣ ସାରା ଦେଶରେ ଲଗାଣ ବର୍ଷା ପାଇଁ ଆଜି ୨୦୦ରୁ ଅଧିକ ଟ୍ରେନ ବାତିଲ ହୋଇଛି । ବର୍ଷା ପାଇଁ  ଭାରତୀୟ ରେଳ ୨୦୩ ଟ୍ରେନକୁ ବାତିଲ କରିଥିବା ଜଣାପଡିଛି। ଏହା ସହ  ୩୮ ଟି ଟ୍ରେନ୍ ଆଂଶିକ ବାତିଲ ହୋଇଥିବାବେଳେ ୪୦ ଟି ଟ୍ରେନ୍ ଡାଇଭର୍ଟ କରାଯାଇଛି ।  ଏହା ବ୍ୟତୀତ ୧୯ ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି । ଯଦି ବି ଆପଣ ଟିକେଟ କରିଥିବେ ତେବେ ବୁଝିନିଅନ୍ତୁ ଆପଣଙ୍କ ଟ୍ରେନ୍ ବାତିଲ ହୋଇଛି କି ଡାଇଭର୍ଟ ହୋଇଛି ।

ଟ୍ରେନ୍ ବାତିଲ୍ ନେଇ ବିଭାଗ ପକ୍ଷରୁ କୁହାଯାଇଛି ଯେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଅନେକ ଟ୍ରେନ ବାତିଲ କରାଯାଇଛି। ରେଳବାଇ ଏହାର ୱେବସାଇଟରେ ବାତିଲ ହୋଇଥିବା ଟ୍ରେନର ତାଲିକା ଅପଡେଟ୍ କରିଛି ।  ଏଠାରେ ଆମେ କହିରଖୁଛୁ ବର୍ଷା ପାଇଁ  ଯାତ୍ରା ପୂର୍ବରୁ ଏହାର ସ୍ଥିତି ଦେଖିବା ପରେ ହିଁ ରେଳ ଷ୍ଟେସନକୁ ଯିବା ଉଚିତ

Leave A Reply

Your email address will not be published.