Latest Odisha News

BREAKING NEWS

ଲିବ୍ୟାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୨୦୦୦ରୁ ଅଧିକଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ଦେଶରେ ପ୍ରକୃତିର ତାଣ୍ଡବ । ଲିବ୍ୟାରେ ସାମୁଦ୍ରିକ ଝଡ଼ ‘ ଡାନିଏଲ’ର ତାଣ୍ଡବ । ପ୍ରଳୟଙ୍କାରୀ ଡାନିଏଲର ତାଣ୍ଡବରେ ଜାରି ରହିଛି ପ୍ରବଳ ବର୍ଷା । ପ୍ରବଳ ବର୍ଷା ପରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ବନ୍ୟା ପାଣିରେ ଭାସିଯାଇ ଅନ୍ୟୁନ ୨୦୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି  । ଏହା ବ୍ୟତୀତ ଏହି ପ୍ରଳୟଙ୍କାରୀ ବନ୍ୟାରେ ଶହଶହ ଘର ଭାସିଯାଇ ଅନେକ ଯାନବାହନ ମଧ୍ୟ ଭାସିଯାଇଛି  । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି ।

ପ୍ରଧାନମନ୍ତ୍ରୀ ଓସାମା ହମାଦ କହିଛନ୍ତି ଯେ, ପ୍ରବଳ ବର୍ଷା କାରଣରୁ ଲିବ୍ୟାରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି । ଚତୁର୍ଦ୍ଦିଗ ଜଳମୟ ହୋଇଯାଇଛି । ଅନେକ ଲୋକ ପାଣି ଘେରରେ ଥିବା ବେଳେ ୨୦୦୦ ଲୋକ ମୃତ୍ୟୁବରଣ କରିଛନ୍ତି ଓ ଅନେକ ନିଖୋଜ ଅଛନ୍ତି । ଲିବ୍ୟାରେ ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି । ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ସରକାରଙ୍କ ପକ୍ଷରୁ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଦେଶରେ ତିନି ଦିନିଆ ଶୋକ ଦିବସ ପାଳନ ସହ ଦେଶର ଜାତୀୟ ପତାକାକୁ ଅର୍ଦ୍ଧନିମିତ ରଖାଯାଇଛି ।

ସେପଟେ ‘ଲିବ୍ୟାନ୍‌ ନ୍ୟାସ୍‌ନାଲ୍‌ ଆର୍ମି’ର ମୁଖପାତ୍ର ଅହମଦ୍‌ ମିସମାରି କହିଛନ୍ତି ଯେ, ପ୍ରାକୃତିକ ତାଣ୍ଡବ ଡାନିଏଲ କାରଣରୁ ଡେର୍ନା ଉପର ପ୍ରାନ୍ତରେ ଥିବା ଜଳଭଣ୍ଡାର ସବୁ ଭୁଶୁଡ଼ି ପଡ଼ିଛି । ଯାହା ଫଳରେ ଏହି ଭୟଙ୍କର ବନ୍ୟାର ସମ୍ମୁଖିନ ହୋଇଛନ୍ତି ଲିବ୍ୟାବାସି ।

Leave A Reply

Your email address will not be published.