Latest Odisha News

ଏବେ ବି ବଜାରରେ ୧୦ ହଜାର କୋଟି ଟଙ୍କାର ୨୦୦୦ ନୋଟ ମହଜୁଦ ଅଛି : ଆରବିଆଇ

ନୂଆଦିଲ୍ଲୀ: ଏବେ ବି ବଜାରରେ ୧୦ ହଜାର କୋଟି ଟଙ୍କାର ୨୦୦୦ ନୋଟ ମହଜୁଦ ଅଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଖୁବ ଶୀଘ୍ର ଏହି ନୋଟଗୁଡିକ ଫେରି ଆସିବ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି । ଏ ପର୍ଯ୍ୟନ୍ତ ୮୭ ପ୍ରତିଶତ ୨୦୦୦ ନୋଟ ବ୍ୟାଙ୍କ ଜମା ରୂପେ ଫେରସ୍ତ ମିଳିସାରିଛି । ଆରବିଆଇ ଚଳିତ ବର୍ଷ ମେ ୧୯ରେ ପ୍ରଚଳନ ହୋଇଥିବା ୨୦୦୦ ନୋଟକୁ ଫେରସ୍ତ ନିମନ୍ତେ ଘୋଷଣା କରିଥିଲା । ସେପ୍ଟମ୍ବର ୩୦ ସୁଦ୍ଧା ଏହାକୁ ଫେରସ୍ତ କରିବା ପାଇଁ କୁହାଯାଇଥିଲା । ପରେ ଏହାକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ସମସ୍ତ ଉଦ୍ୟମ ସତ୍ୱେ ୧୦ ହଜାର କୋଟି ଟଙ୍କାର ନୋଟ ଏବେ ବି ଫେରସ୍ତ ଆସି ନାହିଁ ।

ସୂଚନାଯୋଗ୍ୟ, ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ୧୦୦୦ ଟଙ୍କା ନୋଟ ପ୍ରଚଳନକୁ ବନ୍ଦ କରିବା ପାଇଁ କହିଥିଲେ । ବଜାରରେ ଏ ନେଇ ଅପ୍ରୀତିକର ପରିସ୍ଥିତି ହେବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରାଯାଇଥିଲା । ଏବେ ପୁନର୍ବାର ଏହାକୁ ଫେରାଇନେବା ପାଇଁ ଘୋଷଣା କରାଯାଇଛି ।

Comments are closed.