Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ସବୁ ସଂଯୋଗ ୨୦୦୭ ସହ ମିଶୁଛି, ଭାରତ ହୋଇପାରେ ଚାମ୍ପିୟନ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଭାରତ ସଂଘର୍ଷ କରୁଛି । ସୁପର ଏଇଟରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିବା ଭାରତକୁ ଅସୁବିଧା ପକାଇଛି । ତଥାପି ପ୍ରଶଂସକ ଟିମ ଇଣ୍ଡିଆ ଚାମ୍ପିୟନ ହେବ ବୋଲି ଆଶା ରଖିଛନ୍ତି । ଇତି ମଧ୍ୟରେ ଏ ଭଳି ଏକ ସଂଯୋଗ ସୃଷ୍ଟି ହୋଇଛି ଯାହା ବିଶ୍ୱାସକୁ ଆହୁରି ମଜଭୁତ କରୁଛି । ୨୦୦୭ରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ଏଥର ସେୟା ହେଉଛି । ଦେଖାଯାଉ ଭାରତ ଚାମ୍ପିୟନ ହେଉଛି କି ନାହିଁ । ଚଳିତ ସଂସ୍କରଣରେ ଭାରତ ଗ୍ରୁପ ପର୍ଯ୍ୟାୟରେ ଶୀର୍ଷରେ ରହି ସୁପର ଏଇଟକୁ ଉନ୍ନୀତ ହୋଇଥିଲା । ଗ୍ରୁପ ଷ୍ଟେଜରେ ପାକିସ୍ତାନକୁ ପରାଜିତ କରିଥିଲା । ଜିମ୍ବାୱେ ଚମତ୍କାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ହରାଇଥିଲା । ସୁପର ଏଇଟର ପ୍ରଥମ ମ୍ୟାଚରେ ଭାରତ ପରାଜିତ ହୋଇଛି ।

୨୦୦୭ରେ ଭାରତ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଗ୍ରୁପ ପର୍ଯ୍ୟାୟରେ ଶୀର୍ଷରେ ରହିଥିଲା । ସେତେବେବେ ବି ପାକିସ୍ତାନକୁ ଭାରତ ହରାଇଥିଲା । ସୁପର ଏଇଟର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ଭାରତ ହାରିଥିଲା । ଏହା ପରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡକୁ ହରାଇ ସେମିରେ ପ୍ରବେଶ କରିଥିଲା । ସେମିରେ ଅଷ୍ଟ୍ରେଲିଆ ଓ ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ଏଥର ସବୁ କିଛି ଠିକ ଠାକ ଥିଲେ ମଧ୍ୟ ରନରେଟ ଭାରତ ପାଇଁ ସମସ୍ୟା ସୃଷ୍ଟି କରୁଛି । ଦକ୍ଷିଣ ଆଫ୍ରିକା ୨ଟି ଯାକ ମ୍ୟାଚ ଜିତେ କିମ୍ବା ହାରେ ତାହାହେଲେ ଭାରତର ସେମିରେ ପ୍ରବେଶ କରିବା ରାସ୍ତା ସହଜ ହେବ ।

Leave A Reply

Your email address will not be published.