Latest Odisha News

BREAKING NEWS

୨୦୧୬ ଟି୨୦ ବିଶ୍ୱକପ: ଭାରତରେ ଆୟୋଜିତ ମୁକାବିଲାରେ ଟ୍ରଫି ଜିତିଲା ୱେଷ୍ଟଇଣ୍ଡିଜ

୨୦୧୬ ଟି୨୦ ବିଶ୍ୱକପ କ୍ରିକେଟ ଭାରତରେ ୮ ମାର୍ଚ୍ଚରୁ ୩ ଏପ୍ରିଲ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଆୟୋଜକ ଭାରତ ସେମିଫାଇନାଲରେ ୱେଷ୍ଟଇଣ୍ଡିଜଠାରୁ ହାରି ବିଦାୟ ନେଇଥିଲା । ଇଂଲଣ୍ଡ ଚାମ୍ପିୟନ ହୋଇଥିଲା । ଏହି ଟୁର୍ଣ୍ଣାମେଂଟରେ ୧୬ଟି ଟିମ ଅଂଶଗ୍ରହଣ କରିଥିଲେ । ୮ଟି ଟପ ଟିମ ସିଧାସଳଖ ସୁପର ଟେନରେ ପ୍ରବେଶ କରିଥିଲେ । ବାକି ୨ଟି ସ୍ଥାନ ପାଇଁ ୮ଟି ଟିମ ମଧ୍ୟରେ ମୁକାବିଲା ହୋଇଥିଲା । ସୁପର ୧୦ର ଗ୍ରୁପ ୧ରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ଓ ଆଫଗାନିସ୍ତାନ ଓ ଗ୍ରୁପ ୨ରେ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ବାଂଲାଦେଶ ରହିଥିଲେ ।

ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇ ଭାରତ ସୁପର ଟେନ ପର୍ଯ୍ୟାୟ ଆରମ୍ଭ କରିଥିଲା । ନ୍ୟୁଜିଲାଣ୍ଡର ୧୨୭ ରନର ଲକ୍ଷ୍ୟକୁ ପିଛା କରି ଟିମ ଇଣ୍ଡିଆ ୭୯ ରନରେ ଅଲଆଉଟ ହୋଇ ଯାଇଥିଲା । ଏମଏସ ଧୋନୀ ୩୦ ରନ କରିଥିଲେ । ହାଇ ଭୋଲଟେଜ ମୁକାବିଲାରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୧୯ ରନର ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଥିଲା । ବିରାଟ କୋହଲି ୫୫ ରନ ସହାୟତାରେ ଭାରତ ୧୫.୫ ଓଭରରେ ୪ ୱିକେଟ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା । ତୃତୀୟ ମୁକାବିଲାରେ ଭାରତ ୧ରନରେ ବାଂଲାଦେଶକୁ ହରାଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୧୪୬ ରନ କରିଥିଲା । ସୁରେଶ ରାଇନା ୨୩ ବଲରୁ ଦ୍ରୁତ ୩୦ ରନ ସଂଗ୍ରହ କରିଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତ ହାତରୁ ବାଂଲାଦେଶ ଏକପ୍ରକାର ମ୍ୟାଚ ଛଡେଇ ନେଇଥିଲା । ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ବୋଲିଂ କରି ଭାରତକୁ ଜିତାଇଥିଲେ ।

ସୁପର ଟେନର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ୧୬୧ ରନର ଲକ୍ଷ୍ୟ ରଖିଥିଲା । ଭାରତ ବିରାଟ କୋହଲିଙ୍କ ୮୨ ରନ ସହାୟତାରେ ୧୯.୧ ଓଭରରେ ମ୍ୟାଚରେ ବିଜୟ ହାସଲ କରିଥିଲା । ସେମିଫାଇନାଲରେ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ଓ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ହୋଇଥିଲା । କୋହଲିଙ୍କ ବିସ୍ଫୋରକ ୮୯ ରନ, ରୋହିତ ଶର୍ମାଙ୍କ ୪୩ ଓ ଅଜିଙ୍କ୍ୟ ରାହାନେଙ୍କ ୪୦ ସହାୟତାରେ ଭାରତ ୧୯୩ ରନର ଟାର୍ଗେଟ ୱେଷ୍ଟଇଣ୍ଡିଜ ସମ୍ମୁଖରେ ରଖିଥିଲ । । ଜାସନ ଚାର୍ଲସ(୫୨), ଲେଣ୍ଡଲ ସିମନ୍ସ(୮୨) ଓ ଆନ୍ଦ୍ରେ ରସେଲ ୨୦ ବଲରୁ ୪୩ ରନ ସଂଗ୍ରହ କରି ୧୯.୪ ଓଭରରେ ଭାରତ ହାତରୁ ମ୍ୟାଚ ଛଡେଇ ନେଇଥିଲେ ।

ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୧୫୫ ରନ କରିଥିଲା । ଜୋ ରୁଟ ୩୬ ବଲରୁ ୫୪ ରନ କରିଥିଲେ । ୱେଷ୍ଟଇଣ୍ଡିଜ ୧୯.୪ ଓଭରରେ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ମାର୍ଲନ ସାମୁଏଲ୍ସ ୮୫ ରନର ସ୍ମରଣୀୟ ଇନିଂସ ଖେଳିଥିଲେ ମଧ୍ୟ ବିଜୟୀ ହୀରୋ କାର୍ଲୋସ ବ୍ରାଥୱେଟ ସାଜିଥିଲେ । ଶେଷ ଓଭରରେ ବିଜୟ ପାଇଁ ୧୯ ରନ ଆବଶ୍ୟକ ହେଉଥିଲା । ବ୍ରାଥୱେଟ ୪ଟି ବଲରେ ୪ଟି ଛକା ମାରି ଦଳକୁ ଜିତାଇଥିଲେ । ଏହା ୱେଷ୍ଟଇଣ୍ଡିଜର ଦ୍ୱିତୀୟ ଟାଇଟଲ ଥିଲା ।

Leave A Reply

Your email address will not be published.