Latest Odisha News

BREAKING NEWS

ଜୁନ ୨୫ରେ ଫିଫା ୨୦୨୩ ମହିଳା ବିଶ୍ୱକପ ଆୟୋଜକ ଦେଶ ଚୟନ କରିବ

ଜୁରିକ୍‌: ଆସନ୍ତା ମାସ ୨୫ରେ ଅନ୍ତର୍ଜାତୀୟ ଫୁଟବଲ ଫେଡେରେଶନ ୨୦୨୩ ମହିଳା ବିଶ୍ୱକପ ଆୟୋଜକ ଦେଶ ଚୟନ କରିବ । ଏଥର ବିଶ୍ୱକପ ଆୟୋଜନ କରିବା ଦୌଡରେ ବ୍ରାଜିଲ, ଜାପାନ, କଲମ୍ବିଆ, ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଦେଶ ରହିଛନ୍ତି । ଫିଫା କାଉନସିଲର ୩୭ ସଦସ୍ୟ ମତଦାନ ମାଧ୍ୟମରେ ଅୟୋଜକ ବାଛିବେ ।

ପ୍ରଥମ ଥର ପାଇଁ ୨୦୨୩ ବିଶ୍ୱକପରେ ୩୨ଟି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଗତ ସଂସ୍କରଣରେ ଆମେରିକା ଟାଇଟଲ ହାସଲ କରିଥିଲା । କରୋନା ମହାମାରୀକୁ ଆଖି ଆଗରେ ରଖି ଫିଫା ତାର ପର୍ଯ୍ୟବେକ୍ଷକ ଟିମକୁ ଆୟୋଜନ ଦୌଡରେ ଥିବା ଦେଶକୁ ପରିସ୍ଥିତି ଅନୁଧ୍ୟାନ କରିବାକୁ ପଠାଇଥିଲା ।

Leave A Reply

Your email address will not be published.