ରାୟଗଡ଼ା: ଚଳିତ ୨୦୨୪ ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଏବଂ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ଆଜି ଗୁଣୁପୁର ଉପଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ବୈଠକରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ସଭାପତିତ୍ୱ କରିଥିଲେ। ଗୁଣୁପୁର ତହସିଲଦାର ଶରତ ନାୟକ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ ସାହାରା ପରିବାର ପରାମର୍ଶ କେନ୍ଦ୍ରର ସଚିବ ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗ ଦେଇ ସାଧାରଣ ନିର୍ବାଚନ କିପରି କରାଯିବ ଏବଂ ଏ ବାବଦରେ ଆଲୋଚନା କରିଥିଲେ।
ଏହି ବୈଠକରେ ଗୁଣୁପୁର ଉପଖଣ୍ଡର ସମସ୍ତ ତହସିଲଦାର ବିଡ଼ିଓ ଏବଂ ପୋଲିସଙ୍କ ସହ ପ୍ରତି କଲେଜ ଏବଂ ସ୍କୁଲର ପ୍ରିନ୍ସପାଲ ପ୍ରଧାନଶିକ୍ଷକ ଏବଂ ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ବୈଠକରେ ଚଳିତ ୨୬ ତାରିଖରେ ନିର୍ବାଚନ ପାଇଁ ସଚେତନତା ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ କରାଯିବ ବୋଲି ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ଜଣାଇଥିଲେ।
Comments are closed.