Latest Odisha News

BREAKING NEWS

କେବେ ଆରମ୍ଭ ହେବ ନବରାତ୍ରି-୨୦୨୪ ? ଜାଣନ୍ତୁ ଘଟସ୍ଥାପନା ମୁହୂର୍ତ୍ତ

ଭୁବନେଶ୍ଵର: ଆସୁଛନ୍ତି ମା’ । ଆଉ ଦିନ କେଇଟା ପରେ ଧରା ପୃଷ୍ଠରେ ଅବତରଣ କରିବେ ଜଗତ ଜନନୀ ମା ଦୁର୍ଗା । ଏନେଇ ଗାଁ ଠୁ ସହର ଚାରିଆଡେ ଚଳଚଞ୍ଚଳ । ମା ଙ୍କ ଆଗମନ ପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଏଥିପାଇଁ ସମସ୍ତ ଦେବୀ ମନ୍ଦିର ସମେତ ପୂଜା ମଣ୍ଡପ ଗୁଡିକୁ କେଉଁଠି ଆକର୍ଷଣୀୟ ଲାଇଟ ତ ପୁଣି କେଉଁଠି ସୁଉଚ୍ଚ ତୋରଣ ରେ ସଜାଯାଉଛି । ପୂଜା ପାଖେଇ ଆସୁ ଥିବାରୁ କାରିଗରଙ୍କ ହାତକୁ ବି ଫୁରୁସତ ନାହିଁ । ଭିନ୍ନ ଭିନ୍ନ କାର୍ଯ୍ୟରେ ଲାଗି ପଡିଛନ୍ତି କାରିଗର । କେଉଁଠି କାରିଗର ମାନେ ତୋରଣ ସଜାଇବାରେ ବ୍ୟସ୍ତ ତ ଆଉ କେଉଁଠି ଦେବୀ ଦୁର୍ଗାଙ୍କ ମୃତି ତିଆରି କରିବାରେ । ସଠିକ୍ ସମୟରେ କାମ ସାରିବା ପାଇଁ ଦିନ ରାତି ଏକାଠି କରିଦେଇଛନ୍ତି କାରିଗର ।

ଚଳିତବର୍ଷ ଶାରଦୀଆ ନବ୍ରରାତ୍ରୀ ଅକ୍ଟୋବର ୩ ତାରିଖ ଗୁରୁବାରରୁ ଆରମ୍ଭ ହୋଇ ଅକ୍ଚୋବର ୧୨ ତାରିଖରେ ଶେଷ ହେବ । ପଞ୍ଚଙ୍ଗ ଅନୁଯାୟୀ ଆଶ୍ୱିନ ମାସର ଶୁକ୍ଲ ପକ୍ଷ ପ୍ରତିପଦା ତିଥି ଅକ୍ଟୋବର ୩ ତାରିଖ ୧୨ ଟା ୧୮ ରୁ ଆରମ୍ଭ ହୋଇ ୪ ଅକ୍ଟୋବର ୦୨ଟା ୫୮ରେ ଶେଷ ହେବ। ପୂଜା ପାଇଁ ଘଟ ସ୍ଥାପାନା ମୁହୁର୍ତ୍ତ ସକାଳ ୬ ଟା୧୫ ରୁ ୭ ଟା ୨୨ ମିନିଟ ପର୍ଯ୍ୟନ୍ତ ରହିଛି । ଏହି ଦିନ ଘଟସ୍ଥାପନା କରାଯାଇ ମା’ ଦୁର୍ଗାଙ୍କର ପ୍ରଥମ ରୂପ ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ । ସେହିପରି ନବରାତ୍ରୀର ଦ୍ବିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଇଥାଏ । ତୃତୀୟ ଦିନ ମା’ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନ ମା’ କୁଷ୍ମାଣ୍ଡା, ପଞ୍ଚମ ଦିନରେ ମା’ ସ୍କନ୍ଦମାତା, ଷଷ୍ଠ ଦିନରେ ମା’ କାତ୍ୟାୟନୀ ସପ୍ତମ ଦିନରେ ମା’ କାଳରାତ୍ରୀ, ଅଷ୍ଟମୀରେ ମା’ ସିଦ୍ଧିଦାତ୍ରୀ, ନବମୀରେ ମା’ ମହାଗୌରୀଙ୍କୁ ପୂଜା କରାଯାଇଥାଏ ଓ ଦଶମୀରେ ବିଜୟା ଦଶମୀ ପାଳନ କରାଯାଇଥାଏ ।

ଶାରଦୀୟ ନବରାତ୍ରୀର ମହାଷ୍ଟମୀ ଏବଂ ନବମୀ ଦିନ ସବୁଠୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଚଳିତବର୍ଷ ନବରାତ୍ରିରେ ଅଷ୍ଟମୀ ୧୧ ଅକ୍ଟୋବରରେ ଏବଂ ମହାନବମୀ ୧୨ ଅକ୍ଟୋବରରେ ପଡୁଛି । ନବରାତ୍ରୀର ଶେଷ ଦିବସ ତଥା ବିଜୟା ଦଶମୀ ୧୩ ଅକ୍ଟୋବରରେ ପୁଡୁଛି । ୧୪ ଅକ୍ଟୋବରରେ ମା’ ଜଗତଜନନୀଙ୍କୁ ଦିଆଯିବ ମେଲାଣି ।

Leave A Reply

Your email address will not be published.