Latest Odisha News

BREAKING NEWS

୨୦୨୪ ଇତିହାସର ସବୁଠାରୁ ବଡ ନିର୍ବାଚନ ବର୍ଷ: ୬୩ଟି ଦେଶରେ ନିର୍ବାଚନ, ବିଶ୍ୱର ୪୯% ଲୋକ ଦେବେ ଭୋଟ୍

ନୂଆଦିଲ୍ଲୀ: ୨୦୨୪ ବିଶ୍ୱର ଗଣତାନ୍ତ୍ରିକ ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଷ । ଚଳିତ ବର୍ଷ ୬୩ ଟି ଦେଶରେ ଓ ୟୁରୋପୀୟ ୟୁନିଅନରେ ରାଷ୍ଟ୍ରପତି କିମ୍ବା ସଂସଦୀୟ ନିର୍ବାଚନ ହେବ। ବିଶ୍ୱର ମୋଟ ଜନସଂଖ୍ୟାର ୪୯% ଭୋଟ୍ ଦେବେ ।

ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇସାରିଥିବା ବେଳେ ବର୍ତ୍ତମାନ ଆଉ ୬୨ଟିଦେଶ ଏବଂ ୟୁରୋପୀୟ ସଂଘରେ ନିର୍ବାଚନ ଅନୁଷ୍ଠିତ ହେବ । ତାଇୱାନ ପରି କେତେକ ଦେଶର ନିର୍ବାଚନ ବିଶ୍ୱରେ ଶାନ୍ତି ବଜାୟ ରଖିବା ଦୃଷ୍ଟିକୋଣରୁ ଗୁରୁତ୍ତ୍ବପୂର୍ଣ୍ଣ ।

ଭାରତରେ ଏପ୍ରିଲ କିମ୍ୱା ମେ’ ମାସରେ ନିର୍ବାଚନ ହେବ । ସେହିପରି ପାକିସ୍ତାନରେ ୮ଫେବ୍ରୁଆରୀ, ଋଷରେ ୧୫ରୁ ୧୭ମାର୍ଚ୍ଚ, ଇରାନରେ ୧ମାର୍ଚ୍ଚ, ଆମେରିକାରେ ୫ନଭେମ୍ୱର ଓ ବ୍ରିଟେନରେ ଏହି ବର୍ଷ ଶେଷ ସୁଦ୍ଧା ନିର୍ବାଚନ ଅନୁଷ୍ଠିତ ହେବ । ୟୁକ୍ରେନରେ ୩୧ମାର୍ଚ୍ଚରେ ନିର୍ବାଚନ ନେଇ ସ୍ଥିର ହୋଇଛି । ମାତ୍ର ୟୁକ୍ରେନ ଓ ଋଷ ଯୁଦ୍ଧ ଚାଲିଥିବା ବେଳେ ଏନେଇ କିଛି ସଠିକ ଭାବେ କୁହାଯାଇନାହିଁ । ମାଲଦ୍ୱୀପରେ ମାର୍ଚ୍ଚ ଅଥବା ମେ’ ମାସରେ ନିର୍ବାଚନ ହେବ । ସେହିପରି ୟୁରୋପୀୟ ୟୁନିୟନରେ ୬ରୁ ୯ଜୁନ ଓ ଶ୍ରୀଲଙ୍କାରେ ମଧ୍ୟ ଏହି ବର୍ଷ ନର୍ବାଚନ ହେବ ।

ଚଳିତବର୍ଷ ଜାନୁଆରୀ ୭ରେ ବାଂଲାଦେଶ ନିର୍ବାଚନ ହୋଇଥିବା ବେଳେ ୯ରେ ଭୁଟାନରେ ନିର୍ବାଚନ ହୋଇଛି । ସେହିପରି ଆସନ୍ତାକାଲି ତାଇୱାନ, ୧୪ଜାନୁଆରୀରେ ଇଣ୍ଡୋନେସିଆ, ସାଉଥ ଆଫ୍ରିକାରେ ୧୦ଏପ୍ରିଲରେ ନିର୍ବାଚନ ହେବ ।

Leave A Reply

Your email address will not be published.