Latest Odisha News

BREAKING NEWS

ଅଲ ନୀନୋର ପ୍ରଭାବ: ନାସା ବୈଜ୍ଞାନିକଙ୍କ ଚେତାବନୀ, ୨୦୨୪ରେ ଆହୁରି ଅଧିକ ହେବ ଗରମ

ନୂଆଦିଲ୍ଲୀ: ବିଶ୍ୱରେ ତାପମାତ୍ରା ବଢ଼ିବାରେ ଲାଗିଛି । ଧିରେ ଧିରେ ଅସହ୍ୟ ଗରମରେ ଜୀବଜନ୍ତୁ ଛଟପଟ ହେବାରେ ଲାଗିଛନ୍ତି । ଚଳିତ ବର୍ଷ ଜୁଲାଇ ମାସ ଶତାବ୍ଦୀର ସବୁଠାରୁ ଉତପ୍ତ ଥିଲା । ଅଲ ନୀନୋର ପ୍ରଭାବ ଯୋଗୁ ଏହା ହୋଇଥିବା ବୈଜ୍ଞାନିକମାନେ କହିଥିଲେ । ତେବେ ନାସାର ଜଳବାୟୁ ବିଜ୍ଞାନୀ ଆଗକୁ ସତର୍କ ରହିବା ପାଇଁ କହିଛନ୍ତି । ଗୋୱିନ ଶିମେଟଙ୍କ ମତରେ ଆଗାମୀ ଦିନରେ ତାପମାତ୍ରା ବଢ଼ିବାରେ ଲାଗିବ । ୨୦୨୪ର ଏହାର ପ୍ରଭାବ ସିଧାସଳଖ ମନୁଷ୍ୟଙ୍କ ଉପରେ ପଡିବ । ଦୁନିଆରେ ଏବେ ଜଳବାୟୁରେ ଅଦ୍ଭୁତପୂର୍ବ ପରିବର୍ତନ ହେବାରେ ଲାଗିଛି । ଆମେରିକା, ୟୁରୋପ ଓ ଚୀନରେ ଗରମ ପବନ ବୋହୁଛି । ତେବେ ଏହା ପଛରେ କେବଳ ଅଲ ନୀନୋର ପ୍ରଭାବ ରହିଛି ଭାବିବା ଭୁଲ ।

ଗ୍ରୀନ ହାଉସ ଗ୍ୟାସର କ୍ରମାଗତ ଉର୍ତ୍ସଜନ ଆଉ ଏକ ପ୍ରମୁଖ କାରଣ ବୋଲି ସେ କହିଛନ୍ତି । ପ୍ରଶାନ୍ତ ମହାସାଗରରେ ଗରମ ଜଳବାୟୁ ଏବେ ଦକ୍ଷିଣ ଆମେରିକାରୁ ଏସିଆ ପର୍ଯ୍ୟନ୍ତ ପ୍ରଭାବିତ କରୁଛି । ଏବେଠାରୁ ଆମେ ସତର୍କ ନ ରହିଲେ ଆଗାମୀ ଦିନରେ ବିପଦକୁ ଡାକି ଆଣିବା । ଗଛ ଲଗାଇବାଠାରୁ ଆରମ୍ଭ କରି କିପରି ଅଙ୍ଗାରକାମ୍ଳ ଗ୍ୟାସର ପ୍ରଭାବ କରାଯିବ ସେ ନେଇ ଯତ୍ନବାନ ହେବାକୁ ପଡିବ ।

Leave A Reply

Your email address will not be published.