Latest Odisha News

BREAKING NEWS

Monthly Archives

June 2025

ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଲେ ମୋଦି, ଦ୍ରୁତ ଆରୋଗ୍ୟ କାମନା କଲେ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଜନିତ…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ: ବର୍ମିଂହାମରେ ୫୮ ବର୍ଷ ହେବ ଜିତିନି ଭାରତ

ବର୍ମିଂହାମ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ପ୍ରଥମ ମୁକାବିଲାରେ ଭାରତୀୟ କ୍ରିକେଟ ଟିମ ପରାଜିତ ହୋଇଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପରବର୍ତୀ ମୁକାବିଲା ବର୍ମିଂହାମର ଏଜବେଷ୍ଟନରେ ଖେଳାଯିବ । ଏଠାରେ ୫୮ ବର୍ଷ ହେବ ଭାରତ ବିଜୟ ହାସଲ କରିପାରି ନାହିଁ । ୧୯୬୭ରେ ଟିମ ଇଣ୍ଡିଆ ଏଠାରେ…

ଫିଲ୍ମ ଷ୍ଟାଇଲରେ ଟ୍ରେନ ଟ୍ରାକରେ ଗାଡ଼ି ଚଳାଇଲେ ମହିଳା, ବଦଳିଲା ବହୁ ଟ୍ରେନ ରୁଟ୍ 

ହାଇଦ୍ରାବାଦ: ତେଲେଙ୍ଗାନାର ରଙ୍ଗା ରେଡ୍ଡୀ ଜିଲ୍ଲାରେ  ଗୁରୁବାର ଦିନ ଜଣେ ମହିଳାଙ୍କର ଦାୟିତ୍ବହୀନ ଆଚରଣ ଯୋଗୁଁ ରେଳ ସେବା ବାଧା ପ୍ରାପ୍ତ ହୋଇଥିଲା। ସେ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ମଧ୍ୟରେ ଥିବା ଶଙ୍କରପାଲି ନିକଟରେ ରେଳ ଧାରଣା ଉପରେ ପ୍ରାୟ ଆଠ କିଲୋମିଟର ପର୍ଯ୍ୟନ୍ତ ନିଜ SUV…

୧୨ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଆରଆଇ ଓ ଅମିନ

ଭୁବନେଶ୍ୱର: ଗୁରୁବାର ଓଡିଶା ଭିଜିଲାନ୍ସ ଅଧିକାରୀମାନେ କଟକ ଜିଲ୍ଲାର କନ୍ଦରପୁର ରାଜସ୍ୱ ନିରୀକ୍ଷକ (ଆରଆଇ) ମନୋଜ କୁମାର ବେହେରା ଏବଂ ଅମିନ ବିଚିତ୍ରାନନ୍ଦ ଶତପଥୀଙ୍କୁ ୧୨,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଗିରଫ କରିଛନ୍ତି। ଘରବାରି ପଟ୍ଟା କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ।…

ବୃଦ୍ଧା ଜେଜେମାଙ୍କୁ ଅଳିଆ ଗଦାରେ ଫୋପାଡି ଦେଲା ନାତି

ମୁମ୍ବାଇ: ମୁମ୍ବାଇରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗତ ସପ୍ତାହରେ ଆରେ କଲୋନୀର ଜଣେ ବୃଦ୍ଧା ମହିଳାଙ୍କୁ ପୋଲିସ ଏକ ଅଳିଆ ଗଦାରୁ ଉଦ୍ଧାର କରି ଭିଲେ ପାର୍ଲର କୁପର ହସ୍ପିଟାଲରେ ଭର୍ତ୍ତି କରିଥିଲା। ମହିଳା ଜଣକ କହିଛନ୍ତି ଯେ ସେ ତାଙ୍କ ନାତି ସହିତ ମାଲାଡରେ ରୁହନ୍ତି।…

ଲଦାଖରେ ପ୍ରଥମ ଆଷ୍ଟ୍ରୋ ଫେଷ୍ଟିଭାଲ, ବିଜ୍ଞାନ ସହ ପ୍ରକୃତିର ସୌନ୍ଦର୍ଯ୍ୟର ଭରପୂର ମଜା

ଲଦାଖ:କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ପ୍ରଥମ ଆଷ୍ଟ୍ରୋ ଫେଷ୍ଟିଭାଲ (Astro Festival in Leh) ଆୟୋଜନ କରିବାକୁ ଯାଉଛି। ଲଦାଖ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରଥମ ଥର ପାଇଁ ଆଷ୍ଚ୍ରୋ ଫେଷ୍ଟିଭାଲର ଆୟୋଜନ କରାଯାଉଛି । ଆସନ୍ତା ଜୁନ ୨୭ ଓ ୨୮ ତାରିଖରେ ଏହା ଅନୁଷ୍ଠିତ ହେବ । ଏଥିରେ…

ଆକ୍ସିଅମ୍-୪ ମିଶନ: ମହାକାଶରେ ପହଞ୍ଚିବା ପରେ ଶୁଭାଂଶୁଙ୍କ ପ୍ରଥମ ଭିଡିଓ କଲ୍‌, ରହିବେ ୧୪ ଦିନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ମହାକାଶରେ ପହଞ୍ଚି ସାରିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ଏକ ଭିଡିଓ କଲ କରିଥିଲେ। ସେ ଦେଶକୁ ନମସ୍ତେ କହିଥିଲେ ଏବଂ ତାଙ୍କ ଅଭିଜ୍ଞତା ବିଷୟରେ କହିଥିଲେ। ଶୁଭାଂଶୁ ଗୁରୁବାର ସକାଳେ ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର…

ଦୁଇ ଚକିଆ ଯାନ ଉପରେ ଟୋଲ୍ ଟ୍ୟାକ୍ସ ନେବେ କି ସରକାର; ଜାଣନ୍ତୁ କଣ କହିଲେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ଦେଶରେ ଜାତୀୟ ରାଜପଥରେ ଦୁଇ ଚକିଆ ଯାନକୁ ଟୋଲ୍ ଟିକସ ଦେବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ, ଭାରତରେ ବହୁ ସଂଖ୍ୟକ ଲୋକ ସ୍କୁଟର ଏବଂ ବାଇକରେ ଦୀର୍ଘ ଦୂରତା ଯାତ୍ରା କରିବା ପାଇଁ…

ରାଜଧାନୀରେ ଶିଳ୍ପ ସମାଗମ ମେଳା

ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଶିଳ୍ପ ସମାଗମ ମେଳା । ବରମୁଣ୍ଡାରେ ଥିବା ବିଜୁ ପଟ୍ଟନାୟକ ଖେଳପଡିଆରେ ମେଳାକୁ ଉଦଘାଟନ କରାଯାଇଛି । ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ଏହାକୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବଭାଗର ସଚିବ ଅମିତ ଯାଦବ ଆନୁଷ୍ଠାନିକଭାବେ ଉଦଘାଟନ କରିଛନ୍ତି ।…

ଏନକାଉଣ୍ଟରରେ ୨ମହିଳା ନକ୍ସଲ ନିହତ

ମାଲକାନଗିରି:ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିଳା ନକ୍ସଲ ନିହତ । ଡିଆର୍‌ଜି, ଏଟିଏଫ୍‌ ଯବାନଙ୍କ ଅପରେସନର ଏହି ସଫଳତା ମିଳିଛି। ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର, ଔଷଧ ଏବଂ ନକ୍ସଲବାଦୀଙ୍କ କାଗଜପତ୍ର ମଧ୍ୟ ଜବତ କରାଯାଇଛି। ନାରାୟଣପୁର ଜିଲ୍ଲା…