Latest Odisha News

BREAKING NEWS

Monthly Archives

June 2025

ଡାଇରିଆ ଆତଙ୍କ ପରେ ଯାଜପୁରରେ ଛୁଟି ବାତିଲ୍‌

ଭୁବନେଶ୍ୱର: ଯାଜପୁରରେ ଗତ କିଛିଦିନ ଧରି ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଡାଇରିଆ ଆତଙ୍କ ପରେ ଯାଜପୁର ଜିଲ୍ଲାରେ ଛୁଟି ବାତିଲ କରାଯାଇଛି। କାଲିଠୁ ୧୬ ତାରିଖ ଯାଏଁ ଛୁଟି ବାତିଲ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ସୂଚନା ଅନୁଯାୟୀ, ଏହାରି ମଧ୍ୟରେ ସମସ୍ତ ଅଫିସ୍ ଖୋଲା ରହିବ। ପୂର୍ବରୁ…

ଭାଗ୍ୟ ହେବ ଏମିତି; ୧୦ ମିନିଟ୍ ବିଳମ୍ବ ଯୋଗୁଁ ଫ୍ଲାଇଟ୍ ହେଲା ମିସ୍, ବଞ୍ଚିଗଲା ଜୀବନ

ଗୁଜୁରାଟ: ବେଳେବେଳେ ଆମ ଜୀବନରେ ଏପରି ଘଟେ, ଆମେ ସେହି ସମୟରେ ବୁଝି ପାରିନଥାଉ କାହିଁକି ଏମିତି ଘଟିଲା ଆଉ ନିଜ ଭାଗ୍ୟକୁ ଗାଳି ଦେଇଥାଉ । କିନ୍ତୁ ପରେ ଅନୁଭବ ହୁଏ ଭାଗ୍ୟ ବଳବାନ୍ ଥିଲା ଓ ଆମେ ବିପଦରୁ ରକ୍ଷା ପାଇଯାଇଛୁ । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ଗତ ଗୁରୁବାର ଦିନ ଜଣେ…

ଉଡ଼ାଣ ଭରିବା ପରେ ମଝି ଆକାଶରେ ହଠାତ୍ ନିଖୋଜ ହୋଇଯାଇଥିଲା ଏବି ସବୁ ବିମାନ, ଆଜି ଯାଏ ମିଳିନି କୌଣସି ପତ୍ତା

ନୂଆଦିଲ୍ଲୀ: ଅହମ୍ମଦାବାଦର ଏକ ଆବାସିକ ଅଞ୍ଚଳରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ଖବର ସାରା ଦେଶ ସ୍ତବ୍ଧ କରି ଦେଇଛି। ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ବିମାନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ…

ପୁଣି ପୋଲିସକୁ ବଡ଼ ସଫଳତା, ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

ମାଲକାନଗିରି: ମାଓବାଦୀ ଅଭିଯାନ କ୍ଷେତ୍ରରେ ମାଲକାନଗିରି ପୋଲିସକୁ ଆଜି ଏକ ବଡ ସଫଳତା ମିଳିଛି। ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି ଓ ରାକେଶ ଓରଫ ସାନୁ କୁଞ୍ଜମ। ମାଓବାଦୀ କେସା କୱାସିର ଘର ଛତିଶଗଡ଼ର ବସ୍ତର…

ବଢିଲା ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ଓ ହୋମଗାର୍ଡଙ୍କ ଭତ୍ତା ରାଶି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ଓ ହୋମଗାର୍ଡଙ୍କ ଦୈନିକ ଭତ୍ତା ପରିମାଣ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ମାନଙ୍କର ଦୈନିକ ଡ୍ୟୁଟି ଭତ୍ତା ପରିମାଣ ୩୧ ଟଙ୍କାରୁ ୧୫୦…

ସ୍କୁଲରେ ରହିବ ମାନ ପରୀକ୍ଷଣ ରେଜିଷ୍ଟର, ମଧ୍ୟାହ୍ନ ଭୋଜନ ଖାଇ ମାନ ପରଖିବେ ଅଭିଭାବକ

ଭୁବନେଶ୍ୱର: ଏଣିକି ମଧ୍ୟାହ୍ନ ଭୋଜନ ଖାଇ ମାନ ପରଖିବେ ଅଭିଭାବକ। ସ୍କୁଲରେ ରହିବ ମାନ ପରୀକ୍ଷଣ ରେଜିଷ୍ଟର। ଆସନ୍ତା ୧୮ ତାରିଖରୁ ସ୍କୁଲ ଖୋଲିବ। ସ୍କୁଲ ଖୋଲିବା ପୂର୍ବରୁ ମଧ୍ୟାହ୍ନ ଭୋଜନକୁ ନେଇ ସତର୍କ ହୋଇଛି ରାଜ୍ୟ ପିଏମ୍‌ ପୋଷଣ ୟୁନିଟ୍‌। ଶିଶୁବାଟିକାରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କୁ…

ସକାଳେ ବିଜ୍ଞାପନ, ଅପରାହ୍ଣରେ ଦୁର୍ଘଟଣା: ଚର୍ଚ୍ଚାରେ ଖବରକାଗଜ ଫ୍ରଣ୍ଟପେଜ୍…

ଅହମ୍ମଦାବାଦ: ଅହମ୍ମଦାବାଦ ଦୁର୍ଘଟଣା ଭିତରେ ଚର୍ଚ୍ଚାରେ ଗୁଜୁରାଟ ଖବରକାଗଜର ଫ୍ରଣ୍ଟ୍ ପେଜ୍ । ସକାଳେ ବିଜ୍ଞାପନରେ ଦିଆଯାଇଥିବା ଦୃଶ୍ୟ, ଅପରାହ୍ଣରେ ସତରେ ପରିଣତ ହେଲା । ଗୁରୁବାର ଦିନ ଏୟାର ଇଣ୍ଡିଆ ବିମାନକୁ ନେଇ ଏକ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାର ବିଜ୍ଞାପନ ଚର୍ଚ୍ଚାରେ ରହିଛି, ଯାହା…

ଝଡ଼ବର୍ଷା ନେଇ ୨ ଜିଲ୍ଲାକୁ ଅରେଞ୍ଜ ସତର୍କତା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଓଡ଼ିଶାର ଦୁଇଟି ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରିଛି। ଏହି ସମୟ ମଧ୍ୟରେ ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ସ୍ଥାନରେ ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହିତ ମଧ୍ୟମ ଧରଣର…

‘କିଏ ଜାଣେ କେବେ କାହାର ଶେଷ ଯାତ୍ରା ହେବ’: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଭାବୁକ ହେଲେ ଅନୁପମ

ମୁମ୍ବାଇ: ଗୁରୁବାର ଅପରାହ୍ନରେ ଏୟାର ଇଣ୍ଡିଆ ଡ୍ରିମଲାଇନର ଦୁର୍ଘଟଣାରେ ବରିଷ୍ଠ ଅଭିନେତା ଅନୁପମ ଖେର ଦୁଃଖ ପ୍ରକାଶ କରିଛନ୍ତି । ଯେଉଁଥିରେ ୨୬୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ଶୋକସନ୍ତପ୍ତ ପରିବାରଙ୍କୁ ସାନ୍ତ୍ବନା ଦେଇ ସେମାନଙ୍କ ସହ ଅଛନ୍ତି ବୋଲି କହିଛନ୍ତି ଅନୁପମ । ଏନେଇ ନିଜ…

କେମିତି ବଞ୍ଚିଲେ ବିଶ୍ବାସ….କହିଲେ ସେ ଛାତିଥରା କାହାଣୀ…..

ଅହମ୍ମଦାବାଦ: କଥାରେ ଅଛି, ରଖିଲେ ହରି, ମାରିବ କିଏ?, ଏହି ଉକ୍ତିଟି  ବିଶ୍ବାସ କୁମାର ରମେଶଙ୍କ ପାଇଁ ଆଜି ସତ ହୋଇଯାଇଛି । ଏତେ ବଡ ଦୁର୍ଘଟଣା, ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ, ହେଲେ ବିମାନ ଦୁର୍ଘଟଣା ପରେ ନିଜେ ମୃତ୍ୟୁ ମୁହଁରୁ ଚାଲିକି ବାହାରି ଆସିଲେ । ଇଏ ଚମତ୍କାର ନୁହେଁ…