Latest Odisha News

BREAKING NEWS

Monthly Archives

July 2025

ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ପତ୍ନୀ ବିଦ୍ୟାଭାରତୀଙ୍କ ପିଟିସନ୍‌ ଖାରଜ

କଟକ: ACF ସୌମ୍ୟ ରଂଜନ ମହାପାତ୍ର ମୃତ୍ୟୁ ମାମଲା । ପତ୍ନୀ ବିଦ୍ୟାଭାରତୀ ଓ ତତ୍‌କାଳୀନ DFO ସଂଗ୍ରାମ ବେହେରାଙ୍କୁ ହାଇକୋର୍ଟରୁ ଝଟ୍‌କା । ଉଭୟଙ୍କ ପିଟିସନ୍‌ ଖାରଜ କରିବା ସହ ହତ୍ୟା ମାମଲା ଚାଲିବ ବୋଲି ଆଜି କହିଲେ ହାଇକୋର୍ଟ । ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ମଧ୍ୟ ହତ୍ୟା ମାମଲା…

ଓପିସିସି ପକ୍ଷରୁ ମୁଖପାତ୍ର ଓ ମିଡିଆ ପ୍ୟାନେଲିଷ୍ଟଙ୍କ ତାଲିକା ଜାରି…

ଭୁବନେଶ୍ୱର: ଏଆଇସିସି ବୁଧବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପଦାଧିକାରୀ, ମୁଖପାତ୍ର ଏବଂ ମିଡିଆ ପ୍ୟାନେଲିଷ୍ଟଙ୍କ ତାଲିକା ଘୋଷଣା କରିଛି। ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ବରିଷ୍ଠ ନେତା ଅମୀୟ ପାଣ୍ଡବଙ୍କୁ ଭାଇସ…

ରାଜ୍ୟ ବିଜେପି ସଭାପତି ମନମୋହନଙ୍କ ବଡ଼ ଘୋଷଣା: ଖୁଶୀଘ୍ର ସଂପ୍ରସାରଣ ହେବ ମନ୍ତ୍ରିମଣ୍ଡଳ

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ଘୋଷଣା। ଖୁଶୀଘ୍ର ସଂପ୍ରସାରଣ ହେବ ମନ୍ତ୍ରିମଣ୍ଡଳ। ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଆଶିଷ ନେଲା ବେଳେ ଦେଲେ ଏପରି ସୂଚନା। ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ପଦ ଖାଲି ଅଛି ଏବଂ ଖୁବଶୀଘ୍ର ସଂପ୍ରସାରଣ ହେବ। ଖୁବଶୀଘ୍ର ବୋର୍ଡ ନିଗମ…

୨୩ ବର୍ଷ ପରେ ଆମେରିକାରେ ଗିରଫ ହେଲେ ପଳାତକ ମୋନିକା କପୁର

ନୂଆଦିଲ୍ଲୀ: ୨୩ ବର୍ଷ ପୂର୍ବେ ଠକେଇ କରି ଫେରାର ହୋଇଯାଇଥିଲେ ମୋନିକା କପୁର। ସେ ଗତ ୨୨ ବର୍ଷ ଧରି ଆମେରିକାରେ ଲୁଚି ରହିଥିଲେ। ଫେରାର ଥିବା ଅର୍ଥନୈତିକ ଅପରାଧୀ ମୋନିକା କପୁର ଏବେ ଧରାପଡିଟନ୍ତି। ମୋନିକାଙ୍କୁ ସିବିଆଇ ହେପାଜତକୁ ନେଇ ଭାରତ ଅଣାଯାଉଛି। ଦୁଇ ଦଶନ୍ଧି ଧରି ପିଛା କରିବା ପରେ,…

ଭାରତୀୟ ବାୟୁସେନାର ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ ୨ମୃତ

ରାଜସ୍ଥାନ:ରାଜସ୍ଥାନର ଚୁରୁ ଜିଲ୍ଲାର ରତନଗଡ଼ ସହର ନିକଟରେ ବୁଧବାର (୯ ଜୁଲାଇ) ଏକ ବାୟୁସେନାର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଆଜି  ଭାରତୀୟ ବାୟୁସେନାର ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳକୁ ଯାଇଛନ୍ତି।…

ଆଇପିଏସ୍ ସ୍ତରରେ ଅଦଳବଦଳ; ସଞ୍ଜୀବ ପଣ୍ଡାଙ୍କୁ ମିଳିଲା ଏହି ଦାୟିତ୍ଵ…

ଭୁବନେଶ୍ୱର: ଆଇପିଏସ୍ କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଓଡ଼ିଶା ସରକାର ବୁଧବାର ଦିନ ନକ୍ସଲ ବିରୋଧୀ ଅଭିଯାନ ଏବଂ ସ୍ୱତନ୍ତ୍ର ଗୁପ୍ତଚର ୱିଙ୍ଗ (SIW) ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସହିତ ଜଡିତ ବରିଷ୍ଠ ଅଧିକାରୀଙ୍କ ବଦଳି ଘୋଷଣା କରିଛନ୍ତି। ଗୃହ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି…

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଗାଡିରୁ ମିଳିଲା ୩ ଲକ୍ଷ ଟଙ୍କା

ଛତ୍ରପୁର: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ । ଛତ୍ରପୁର ବ୍ୟାଙ୍କ କଲୋନୀ ଭଡା ଘରୁ ଅଫିସ ଯାଉଥିବା ସମୟରେ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କୁ ଅଟକାଇ ଥିଲା ଭିଜିଲାନ୍ସ । ଏହି ସମୟରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ବ୍ରହ୍ମପୁର…

ନଦୀକୁ ଖସିପଡିଲା ପୋଲ; ୯ ମୃତ, ୧୦ ଗୁରୁତର

ଅହମଦାବାଦ: ଗୁଜୁରାଟରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଛି । ଆଜି ସକାଳେ ଭଦୋଦରାର ପାଦରା ଏବଂ ଆନନ୍ଦ ଜିଲ୍ଲାକୁ ସଂଯୋଗ କରୁଥିବା ମହିସାଗର ନଦୀ ଉପରେ ନିର୍ମିତ ୪୫ ବର୍ଷ ପୁରୁଣା ପୋଲଟି ନଦୀକୁ ଭୁଶୁଡ଼ି ପଡ଼ିଛି । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୧୦ ଜଣ ଗୁରୁତର ଆହତ ହୋଇଛନ୍ତି…

ମୁଲ୍ଡରଙ୍କ ନିଷ୍ପତିକୁ ସମାଲୋଚନା କଲେ ଗେଲ

କେପଟାଉନ: ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଇୟାନ ମୁଲ୍ଡର ୩୬୭ ରନର ଐତିହାସିକ ଇନିଂସ ଖେଳିଥିଲେ । ଦକ୍ଷିଣ ଆଫ୍ରିକାର ଏହି ଅଧିନାୟକଙ୍କ ନିକଟରେ ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ଥିଲେ ମଧ୍ୟ ସେ ଏହା କରି ନ ଥିଲେ । ପରେ ସମ୍ମାନ…

ଓଏମସିର ଦୁଇ ଖଣିକୁ ଆଇବିଏମର ସମ୍ମାନଜନକ ୫ ଷ୍ଟାର ମୂଲ୍ୟାଙ୍କନ ପୁରସ୍କାର

ଭୁବନେଶ୍ବର: ଉତ୍‌କୃଷ୍ଟ ଗୁଣବତ୍ତା ଓ ଆନ୍ତର୍ଜାତୀୟ ମାନକ ପାଳନ କରିବାରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବାରୁ ଓଡ଼ିଶା ଖଣି ନିଗମ (ଓଏମସି)ର ଦୈତାରୀ ଲୌହ ଖଣି ଓ କୋଡିଙ୍ଗାମାଳି ବକ୍ସାଇଟ୍ ଖଣିକୁ ଭାରତ ସରକାରଙ୍କ ଅନୁମୋଦିତ ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ) ଦ୍ବାରା ଆର୍ଥିକ ବର୍ଷ…