Latest Odisha News

BREAKING NEWS

Monthly Archives

July 2025

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି; ୯୧ ପ୍ରତିଶତ ଅଭିଯୋଗର ସମାଧାନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଆୟୋଜିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିଛନ୍ତି। ପ୍ରତିଥର ଭଳି ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବାହାରେ ଅପେକ୍ଷା କରିଥିବା ଦିବ୍ୟାଙ୍ଗ ଅଭିଯୋଗକାରୀଙ୍କୁ…

ଟ୍ରମ୍ପଙ୍କ ଅସ୍ତ୍ରବିରତି ଦାବିକୁ ପ୍ରତ୍ୟାଖ୍ୟାନ କଲେ ବୈଦେଶିକ ମନ୍ତ୍ରୀ; କହିଲେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ…

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ଚାଲିଛି । ଏହି ସମୟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆମର ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ରହିଛି । ଆମେ UNSCରେ ଆମର ମତ ଉପସ୍ଥାପନ କରିଥିଲୁ । ଆମେ…

ଅନ୍ତିମ ଟେଷ୍ଟରୁ ଏହି ୪ ଖେଳାଳି ଟିମ ଇଣ୍ଡିଆରୁ ଓହରିବା ନିଶ୍ଚିତ

ମାଂଚେଷ୍ଟର: ଭାରତ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟ ଡ୍ର ରଖି ସିରିଜରେ ଏବେ ବି ତିଷ୍ଠି ରହିଛି । ଏବେ କିଙ୍ଗଷ୍ଟନ ଓଭାଲରେ ୩୧ରୁ ଖେଳାଯିବାକୁ ଥିବା ଅନ୍ତିମ ଟେଷ୍ଟ ପାଇଁ ଉଭୟ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସିରିଜ ଡ୍ର ରଖିବାକୁ ହେଲେ…

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର: ପୁଣି ବଢିଲା ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡୁଆ । ଆଗୁଆ ଜାମିନ ଖାରଜ କଲେ ହାଇକୋର୍ଟ । ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ବିଷ୍ଣୁପଦ । CBI ଗିରଫଦାରି ଏଡ଼ାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ ବିଷ୍ଣୁପଦ ସେଠୀ । ତେବେ ଗତ ୧୫ ତାରିଖରେ କେସ…

ଭୁବନେଶ୍ୱର ଏମ୍ସରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ଏମ୍ସରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏମ୍ସର ଜଣେ ମହିଳା କର୍ମଚାରୀ ଜଣେ ପୁରୁଷ ନର୍ସିଂ ଅଧିକାରୀଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ରବିବାର ବିଳମ୍ବିତ ରାତିରେ ନର୍ସିଂ ଅଫିସର ନାନୁ ରାମ ଚୌଧୁରୀ ତାଙ୍କୁ…

ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍‌ ଦାଖଲ

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ସୋମବାର ଓଡ଼ିଶା କ୍ରାଇମବ୍ରାଞ୍ଚ ବ୍ରହ୍ମପୁର ସବ-ଡିଭିଜନାଲ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ (ଏସଡିଜେଏମ)ଙ୍କ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି। ପୋଲିସର ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚ କୋର୍ଟରେ ୫୭୪…

କିଏ ସେ ଏହି ଦିବ୍ୟା ଦେଶମୁଖ, ହମ୍ପିଙ୍କୁ ହରାଇ ହୋଇଛନ୍ତି ବିଶ୍ୱଚାମ୍ପିୟନ

ନୂଆଦିଲ୍ଲୀ: ଏବେ ଚର୍ଚ୍ଚାରେ ଦିବ୍ୟା ଦେଶମୁଖ । ତେବେ କିଏ ସେ ଏହି ଦିବ୍ୟା ? ଭାରତର ଷ୍ଟାର ମହିଳା ଚେସ ଖେଳାଳି କୋନେରୁ ହମ୍ପିଙ୍କୁ ହରାଇ ଦିବ୍ୟା ମହିଳା ବିଶ୍ୱକପର ଟାଇଟଲ ହାସଲ କରିଛନ୍ତି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅବଶ୍ୟ ହମ୍ପି ସାମାନ୍ୟ ଭୁଲ କରିଥିଲେ, ଯାହାର ଫାଇଦା…

ଏମିତି ବି ଆସେ ମୃତ୍ୟୁ; ବ୍ୟାଡମିଣ୍ଟନ ଖେଳୁ ଖେଳୁ ଟଳି ପଡିଲେ ଯୁବକ

ହାଇଦ୍ରାବାଦ:ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ୨୫ ବର୍ଷୀୟ ଯୁବକ ଜଣଙ୍କ ହଠାତ୍‌ ଟଳି ପଡ଼ିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ ନିଶ୍ଚିତ କରିଛନ୍ତି। ମୃତ ରାକେଶ…

ଟ୍ରାଫିକ୍ ପରିଚାଳନାରେ ନିୟୋଜିତ ହେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଟ୍ରାଫିକ୍ ପରିଚାଳନାରେ ନିୟୋଜିତ ହେବେ ଛାତ୍ରଛାତ୍ରୀ। ସୋମବାର ଦିନ ପୋଲିସ କମିଶନର ଏସ ଦେବ ଦତ୍ତ ସିଂହ ଏକ ସାକ୍ଷାତକାରରେ କହିଛନ୍ତି ଯେ ଭୁବନେଶ୍ୱର ଏବଂ କଟକରେ ଟ୍ରାଫିକ୍ ପରିଚାଳନାରେ କମିଶନରେଟ୍ ପୋଲିସକୁ ସାହାଯ୍ୟ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ନିୟୋଜିତ କରାଯିବ।…

ଯୋଗାଣ ମନ୍ତ୍ରୀଙ୍କଠୁ ୨୫ ଲକ୍ଷ ଠକିନେଲେ

ଭୁବନେଶ୍ୱର: ଜମି ଜାଲିଆତି ମାମଲାରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସେ ଢେଙ୍କାନାଳ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଏହି ଘଟଣା ୨୦୨୧ ମସିହାରେ ଘଟିଥିଲା। ସେ…