Latest Odisha News

BREAKING NEWS

Monthly Archives

August 2025

Sahara Sathi: ସହରିଆଙ୍କ ପାଇଁ ଆସିଗଲା ‘ସହର ସାଥୀ’; ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସହରବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସହର ସାଥୀ’ ସୁବିଧାର ଲୋକାର୍ପଣ କରିଛନ୍ତି । ଏହା ନାଗରିକମାନଙ୍କୁ ସଶକ୍ତ, ଦ୍ରୁତ ଏବଂ କ୍ରିୟାଶୀଳ ସେବା ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ବଳିଷ୍ଠ ଭୂମିକା…

‘ପବିତ୍ର ରିସ୍ତା’ର ଅନ୍ୟତମ ଫେମ୍ ପ୍ରିୟା ମରାଠେଙ୍କ ଦେହାନ୍ତ; କ୍ୟାନ୍ସରରେ ଥିଲେ ପୀଡ଼ିତ

ମୁମ୍ବାଇ: ଟିଭି ସୋ ପବିତ୍ର ରିସ୍ତା ଜରିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟା ମରାଠେ କ୍ୟାନ୍ସରରେ ପ୍ରାଣ ହରାଇଛନ୍ତି। ତେବେ ସେ କେବଳ ହିନ୍ଦୀ ନୁହେଁ ବରଂ ମରାଠୀ ଇଣ୍ଡଷ୍ଟ୍ରିର ମଧ୍ୟ ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ମୃତ୍ୟୁ ବେଳେ ତାଙ୍କୁ ମାତ୍ର ୩୮…

Abhijit Majumdar: ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ; ଘରୋଇ ହସ୍ପିଟାଲରେ ଭର୍ତ୍ତି

କଟକ:ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ସଂଗୀତକାର ଅଭିଜିତ ମଜୁମଦାର ଅସୁସ୍ଥ । ଚିକିତ୍ସା ନିମନ୍ତେ କଟକର ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି । ଗତ କିଛି ଦିନ ଧରି ତାଙ୍କର…

Mao Products Rescued: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପୋଲିସକୁ ସଫଳତା; ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପୋଲିସକୁ ସଫଳତା । ଗରିଆବନ୍ଧ ଜିଲ୍ଲା ମେନପୁର ଥାନା କୁଲହାଡ଼ିଘାଟ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା ବାହିନୀ । ଜବତ ସାମଗ୍ରୀ ମଧ୍ୟରେ ରହିଛି ସିଲାଇ ମେସିନ, ପିଟୁ ବ୍ୟାଗ୍, ଜୋତା, ଦରି,ଔଷଧ, ତଥା ଖାଦ୍ୟ ସାମଗ୍ରୀ…

ସଂସଦ ଭବନରେ ଶୋଭା ପାଇବ ମହାପ୍ରଭୁଙ୍କ ରଥ ଚକ

ପୁରୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଗସ୍ତ ପରେ ରଥଯାତ୍ରାର ତିନୋଟି ପବିତ୍ର ଚକ ଖୁବ୍ ଶୀଘ୍ର ନୂଆଦିଲ୍ଲୀର ସଂସଦ ଭବନରେ ଶୋଭା ପାଇବା ନେଇ ଘୋଷଣା କରିଛନ୍ତି। ଏହି ପ୍ରସ୍ତାବ ବାଚସ୍ପତିଙ୍କୁ ମନ୍ଦିର ପ୍ରଶାସନ ଦେଇଥିଲେ ଯାହାକୁ ସେ ସ୍ୱୀକାର ମଧ୍ୟ କରିଥିଲେ।…

Tiger skin seized:ବାଘ ଛାଲ କାରବାର କରୁଥିଲେ ପୋଲିସ ବାବୁ;ମାଡ଼ି ବସିଲା ଉତ୍ତର ଘୁମୁସର ବନବିଭାଗ

ଗଞ୍ଜାମ:ଭଞ୍ଜନଗର ପଥରାପଲ୍ଲୀ ଗାଁରୁ କଲରାପତରିଆ ବାଘଛାଲ ଜବତ । ବାଘ ଛାଲ କାରବାର କରୁଥିଲେ ପୋଲିସ ବାବୁ,ମାଡ଼ି ବସିଲା ଭଞ୍ଜନଗର ଉତ୍ତର ଘୁମୁସର ବନବିଭାଗ । ବାଘ ଛାଲ ସହ ୭ ଜଣ ଆନ୍ତଃରାଜ୍ୟ ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ବିଭାଗୀୟ କର୍ମଚାରୀମାନେ ଗୋଟିଏ କଲରାପତରିଆ ବାଘ ଛାଲ ,କାତି ,…

PRATIBHA Setu: UPSC ଆଶାୟୀମାନଙ୍କ ପାଇଁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ, ‘ପ୍ରତିଭା ସେତୁ’ର କଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୨୫ତମେ ମନ କି ବାତ୍ ରେ'ପ୍ରତିଭା ସେତୁ'ର ଆରମ୍ଭ କରିବାର ଘୋଷଣା କରିଛନ୍ତି। ଯାହା UPSC ଆଶାୟୀମାନଙ୍କୁ ସମର୍ଥନ କରିବା ପାଇଁ ଏକ ଡିଜିଟାଲ୍ ପ୍ଲାଟଫର୍ମ ହେବା। ଯେଉଁ ଆଶାୟୀମାନେ ଅଳ୍ପକେରେ UPSC ଚୂଡ଼ାନ୍ତ ମେରିଟ୍ ତାଲିକାରୁ ବଞ୍ଚିତ…

New Nacs Municipalities: ଆଉ ୭ ନୂଆ ମ୍ୟୁନିସିପାଲିଟି ଓ ୧୬ ନୂଆ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସ୍ୱାୟତ୍ତ ଶାସନ ଦିବସ । ସମଗ୍ର ରାଜ୍ୟ ପାଳୁଛି ସ୍ବାୟତ୍ତ ଶାସନ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି । ୭ ନୂଆ ମ୍ୟୁନିସିପାଲିଟି ୧୬ଟି ନୂଆ ଏନ୍‌ଏସି ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଘୋଷଣା ହୋଇଥିବା ୭ ନୂଆ…

ରେଳ ଧାରଣାରୁ ଟ୍ରାଭେଲ୍ ବ୍ଲଗରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ପଳାସପାଲି ଅଞ୍ଚଳରେ ରବିବାର ଦିନ ଜଣେ ଲୋକପ୍ରିୟ ବାଇକର ତଥା ଟ୍ରାଭେଲ୍ ବ୍ଲଗର ସନ୍ଦୀପ କୁମାର ଦାସଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ଲିଙ୍ଗରାଜ ରେଳ ଷ୍ଟେସନ ନିକଟ ପଳାସପାଲି ଅଞ୍ଚଳରେ ସ୍ଥାନୀୟ ଲୋକମାନେ ତାଙ୍କ…

Vocal For Local: ‘ଗର୍ବରେ କୁହ ଏହା ସ୍ୱଦେଶୀ’, ଶୁଳ୍କ ଚିନ୍ତା ଭିତରେ ‘ମନ କି ବାତ’ରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୨୫ ତମ ଏପିସୋଡରେ ଲୋକାଲ୍ ଫର ଭୋକାଲ୍ ଉପରେ ଅଧିକ ଗୁରୁତ୍ୱାରୋପ କରିଛନ୍ତି। ଆମେରିକାରେ ଶୁଳ୍କ ପ୍ରହାରକୁ ଜବାବ ଦେବାକୁ ମୋଦି ସ୍ଵଦେଶୀ ଜିନିଷର ଅଧିକ ବ୍ୟବହାର କରିବା ଉପରେ ଜୋର୍ ଦେଇଛନ୍ତି।…