Latest Odisha News

BREAKING NEWS

୨୫ ବର୍ଷ ପରେ ଇଂଲଣ୍ଡର କୌଣସି ଫୁଟବଲର୍‌ଙ୍କୁ ମିଳିଲା ବାଲେନ୍ ଡି’ଓର୍ ଆୱାର୍ଡ

ଲଣ୍ଡନ: ଇଂଲଣ୍ଡର କ୍ୟାପ୍ଟେନ୍ ଏବଂ ବାୟର୍ଣ୍ଣ ମ୍ୟୁନିକ୍‌ର ଷ୍ଟାର୍ ଷ୍ଟ୍ରାଇକର୍ ହ୍ୟାରି କେନ୍ ୨୦୨୬ ବାଲେନ୍ ଡି’ଓର୍ ଆୱାର୍ଡ ଜିତିଛନ୍ତି । ୨୫ ବର୍ଷ ପରେ ଏହି ସମ୍ମାନଜନକ ପୁରସ୍କାର ହାସଲ କରିବାରେ ସେ ପ୍ରଥମ ଇଂଲିଶ୍ ଫୁଟବଲର୍ ସାଜିଛନ୍ତି । ତାଙ୍କ ପୂର୍ବରୁ ୨୦୦୧ରେ ମାଇକେଲ୍ ଓଭେନ୍ ଏହି ଆୱାର୍ଡ ଜିତିଥିଲେ । ପ୍ରଥମ ଥର ପାଇଁ ଏହି ସମାରୋହ ଲଣ୍ଡନରେ ଅନୁଷ୍ଠିତ ହୋଇଥିଲା । ଗତ ସିଜିନରେ କେନ୍ କ୍ଲବ୍ ଏବଂ ଦେଶ ପାଇଁ ମୋଟ ୭୩ଟି ଗୋଲ୍ କରି ୟୁରୋପର ଟପ୍ ସ୍କୋରର୍ ରହିଥିଲେ ।

ସେ ବାୟର୍ଣ୍ଣ ମ୍ୟୁନିକ୍‌କୁ ବୁଣ୍ଡେସଲିଗା ଏବଂ ଜର୍ମାନ କପ୍ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହାସହ ୱାର୍ଲ୍ଡ କପ୍‌ରେ ମଧ୍ୟ ସେ ୬ଟି ଗୋଲ୍ କରି ଇଂଲଣ୍ଡ ସର୍ବାଧିକ ଗୋଲ୍ ସ୍କୋରର୍ ହୋଇଛନ୍ତି । ଭୋଟିଂରେ ସେ କିଲିଆନ୍ ଏମ୍ବାପେ, ଲେମିନ୍ ୟାମାଲ୍, ରୋଡ୍ରି ଏବଂ ଲିଓନେଲ୍ ମେସିଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ସ୍ପେନ୍‌ର ମିଡ୍‌ଫିଲ୍ଡର୍ ଆଲେକ୍ସିଆ ପୁତେଲାସ୍ ମହିଳା ବର୍ଗରେ ତୃତୀୟ ଥର ପାଇଁ ବାଲେନ୍ ଡି’ଓର୍ ଆୱାର୍ଡ ଜିତିଛନ୍ତି । ସେ ପୂର୍ବରୁ ୨୦୨୧ ଏବଂ ୨୦୨୨ରେ ମଧ୍ୟ ଏହି ଆୱାର୍ଡ ଜିତିଥିଲେ । ୩୨ ବର୍ଷୀୟା ପୁତେଲାସ୍ ବାର୍ସିଲୋନା ଏବଂ ସ୍ପେନ୍ ଜାତୀୟ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରି ଏହି ସଫଳତା ହାସଲ କରିଛନ୍ତି ।

Leave A Reply

Your email address will not be published.