ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୦୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ସୁସ୍ଥ ହୋଇଥିବା ୨୦୩ ଜଣଙ୍କ ମଧ୍ୟରୁ ୩୮ ଜଣ ଗଞ୍ଜାମରୁ, ୩୭ ଜଣ ଖୋର୍ଦ୍ଧା, ୧୯ ଜଣ ଗଜପତି, ୧୮ ଜଣ କଟକ, ୧୮ ଜଣ ଜଗତସିଂହପୁର, ୧୨ ଜଣ ସମ୍ବଲପୁର, ସୁନ୍ଦରଗଡରୁ ୧୨, ଢେଙ୍କାନାଳରୁ ୧୦, ଯାଜପୁରରୁ ୮, ବରଗଡରୁ ୭, ମୟୂରଭଞ୍ଜରୁ ୬, ରାୟଗଡାରୁ ୫, ବାଲେଶ୍ୱର ଏବଂ କନ୍ଧମାଳରୁ ୩ ଜଣ, ପୁରୀରୁ ୨ ଏବଂ ଦେବଗଡ, ଝାରସୁଗୁଡା, ମାଲକାନଗିରି, କେନ୍ଦୁଝର ଏବଂ ନବରଙ୍ଗପୁରରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ଅଧିକ ପଢନ୍ତୁ- ରେକର୍ଡ ଭାଙ୍ଗିଲା କରୋନା; ଗୋଟିଏ ଦିନରେ ଓଡିଶାରେ ସର୍ବାଧିକ ୫୬୧ ଆକ୍ରାନ୍ତ
ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୨୫୬୭ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୫୭୦୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୨୯ ଜଣ ମୃତ୍ୟୁବରଣ କରିଛନ୍ତି ।
ଅଧିକ ପଢନ୍ତୁ- ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
Comments are closed.