Latest Odisha News

BREAKING NEWS

ଓଡ଼ିଶାରୁ ୨୦୮ ନୂଆ କରୋନା ରୋଗୀ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୦୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିଲା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦୈନିକ କରୋନା ସଂକ୍ରମିତଙ୍କ ମଧ୍ୟରେ ୧୨୨ କ୍ବାରେଣ୍ଟାଇନ ଓ ୮୬ ଲୋକାଲ କେସ୍ ରହିଛି।

ସେହିପରି କରୋନାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ବୟସ ୩୫ ବୋଲି ଜଣାପଡିଛି। ସେ କଳାହାଣ୍ଡି ଜିଲ୍ଲାର ହୋଇଥିଲା ବେଳେ ଡାଇବେଟିସ ଓ କିଡନୀ ରୋଗରେ ପୀଡିତ ଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ସୁସ୍ଥତାଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୬୯୧କୁ ବୃଦ୍ଧି ପାଇଛି । ମୋଟ୍ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୦୨ରେ ପହଞ୍ଚିଛି। ଏଯାବତ ରାଜ୍ୟରେ ଆକ୍ଟିଭ କେସ୍ ୧୭୩୭ ରହିଥିବା ବେଳେ ୧୯୨୧ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.