Latest Odisha News

BREAKING NEWS

ଅକ୍ଟୋବର ୨୦ରେ ଡ଼ବଲ ଧମାକା: ଏହି ଦିନ ରିଲିଜ୍ ହେବ ଫିଲ୍ମ ଗଣପତ ପାର୍ଟ-୧, ତେଜସ୍

ମୁମ୍ବାଇ : ଅକ୍ଟୋବର ୨୦ ତାରିଖରେ ବଲିଉଡରେ ହେବ ଡ଼ବଲ ଧମାକା । ଏହି ଦିନ ବଲିଉଡ଼ ଅଭିନେତା ଟାଇଗର ଶ୍ରଫ ଗଣପତ ପାର୍ଟ-୧ ଏବଂ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ତେଜସ୍ ରିଲିଜ୍ ହେବାକୁ ଯାଉଛି । ଗୋଟିଏ ଦିନରେ ଦୁଇଟି ଫିଲ୍ମ ରିଲିଜ୍ ହେବାକୁ ଥିବାରୁ ଦର୍ଶକ ଖୁବ୍ ଉତ୍ସାହିତ ଅଛନ୍ତି ।

BjdElectrycity

ଗଣପତ ପାର୍ଟ-୧ ଏକ ଆକ୍ସନ ସ୍ପୋର୍ଟସ ଫିଲ୍ମ । ଫିଲ୍ମରେ ଟାଇଗର ଶ୍ରଫ, କ୍ରିତି ସାନନ, ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ରହିଛନ୍ତି । ଏହାର ନିର୍ଦ୍ଦେଶନା ବିକାଶ ବହଲ ଦେଇଛନ୍ତି । ଫିଲ୍ମ ନିର୍ମାତା ଭାସୁ ଭାଗନାନି, ବିକାଶ ବହଲ, ଦୀପଶିଖା ଦେଶମୁଖ, ଜ୍ୟାକି ଭାଗନାନି ଅଛନ୍ତି । ଏହି ଫିଲ୍ମ ଅକ୍ଟୋବର ୨୦ ତାରିଖରେ ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍ ହେବ । ଭବିଷ୍ୟତରେ, ସହରକୁ ଭୟଭୀତ କରିଥିବା ଏକ ଶକ୍ତିଶାଳୀ ଅପରାଧିକ ସାମ୍ରାଜ୍ୟକୁ ଭାଙ୍ଗିବା ପାଇଁ ଗଣପତ ମିଶନ ଆରମ୍ଭ କରିଥିବାର ଦେଖିବାକୁ ମିଳିବ । ଶେଷରେ ଗରିବଙ୍କ ଆଶାର ସାହାରା ପାଲଟି ଯାଇଛନ୍ତି । ଫିଲ୍ମର ବଜେଟ ୧୫୦ କୋଟି ଟଙ୍କା ରହିଛି ।

ସେହିପରି ଅଭିନେତ୍ରୀ କଙ୍ଗନାଙ୍କ ଫିଲ୍ମ ତେଜସ ମଧ୍ୟ ଅକ୍ଟୋବର ୨୦ ତାରିଖରେ ରିଲିଜ୍ ହେବ । ଏହା ଏକ ଆକ୍ସନ, ଦେଶପ୍ରେମ ଫିଲ୍ମ । ଏହାର ନିର୍ଦ୍ଦେଶନା ସରଭେଶ ମେୱାରା ଦେଇଥିବା ବେଳେ ଫିଲ୍ମର ନିର୍ମାତା ରୋନି ସ୍କ୍ରୁୱାଲା ଅଛନ୍ତି । ଭାରତୀୟ ବାୟୁସେନାରେ ୨୦୧୬ରେ ସାମିଲ ହୋଇଥିବା ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ତେଜସ ଉପରେ ଏହା ନିର୍ମିତ ।

Leave A Reply

Your email address will not be published.