Latest Odisha News

BREAKING NEWS

ନେପାଳରୁ ପୁରୀ ଆସୁଥିବା ଟୁରିଷ୍ଟ ବସ୍ ଦୁର୍ଘଟଣାର ଶିକାର, ୨୧ ଆହତ

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ରବିବାର ରାତିରେ ନେପାଳରୁ ଆସୁଥିବା ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୧ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ନେପାଳରୁ ପୁରୀ ଅଭିମୁଖେ ଯାଉଥିବା ଟୁରିଷ୍ଟ ବସରେ ପ୍ରାୟ ୬୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ସୂତ୍ରରୁ ପ୍ରକାଶ ଯେ ଟୁରିଷ୍ଟ ବସଟି ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସମସ୍ତ ଆହତଙ୍କୁ ସୋର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବସ୍ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଇନ୍ଦ୍ରପ୍ରସାଦ ଯାଦବ ନାମକ ଜଣେ ପର୍ଯ୍ଯଟକ କହିଛନ୍ତି, ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି। ପ୍ରାୟ ୧୫ରୁ ୨୦ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଟ୍ରକଟି ଖସି ପଳାଇଛି।

ଅନ୍ୟ ଜଣେ ପର୍ଯ୍ଯଟକ କମଲେଶ କହିଛନ୍ତି, ଆମେ ଦର୍ଶନ ପାଇଁ ପୁରୀ ଯାଉଥିବା ବେଳେ ଆମ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାଂଶ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସ୍ଥାନୀୟ ବାସିନ୍ଦା ବସନ୍ତ ରାଉତ କହିଛନ୍ତି, ଟ୍ରକଟି ରାସ୍ତାରେ ଛିଡ଼ା ହୋଇଥିବା ବେଳେ ବସର ପଛପଟୁ ଧକ୍କା ଦେଇଥିଲା ଟ୍ରକ। ସୂଚନା ମିଳିବା ପରେ ଆମେ ଘଟଣାସ୍ଥଳରେ ପହଞ୍ଚି ନେପାଳରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିଛୁ।

Comments are closed.