ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ବାଘବାହାଳି ଛକ ନିକଟରୁ ୨୧୦ ଲିଟର ଦେଶୀ ମଦ ଜବତ। ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏକ କାର ଜବତ କରିଛି ପୋଲିସ। ।
ସୂଚନା ମୁତାବକ ଏକ କାର ରେ ବିପୁଳ ପରିମାଣର ଦେଶୀ ମଦ ଚାଲାଣ ହେଉଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ କଳିଙ୍ଗନଗର ଥାନାର ଏକ ଟିମ୍ ସ୍ଥାନୀୟ ବାଘବାହାଳି ଛକ ନିକଟରେ ଜଗି ରହିଥିଲା।
ପରେ ଏକ କାର ଡିକି ରେ ଦେଶୀ ମଦ ନେଇ ଯାଉଥିବା ୩ ଜଣ ବ୍ୟକ୍ତିଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି । ତେବେ ପୋଲିସ ମଦ ସହ କାର କୁ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ଆଜି ଅପରାହ୍ନରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।
Comments are closed.