Latest Odisha News

BREAKING NEWS

ସ୍କୁଲରେ ଆଖିବୁଜା ଗୁଳିମାଡ଼; ୨୨ ପିଲାଙ୍କ ସମେତ ୩୪ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ଥାଇଲ୍ୟାଣ୍ଡର ହାଟ ୟାଇ ଜିଲ୍ଲାର ଏକ ସ୍କୁଲରେ ଜଣେ ଯୁବକ ଅଚାନକ ଆଖିବୁଜା ଗୁଳି ଚଳାଇବାରୁ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ୨୨ ପିଲାଙ୍କ ସମେତ ୩୪ ଜଣଙ୍କ ମୃତ୍ୟୁ ଘଟିଛି।

ତେବେ ବୁଧବାର ସକାଳେ ସୋଙ୍ଗଖଲା ପ୍ରଦେଶର ହାଟ ୟାଇରେ ଥିବା ୧୮ ବର୍ଷୀୟ ଯୁବକ ପାଟଙ୍ଗପ୍ରଥାନାକିରିୱାଟ ସ୍କୁଲରେ ବନ୍ଧୁକ ଧରି ଗୁଳି ଚଳାଇଥିଲେ। ଯେଉଁଥିରେ  ଦୁଇଜଣ ଛାତ୍ର ଓ  ଜଣେ ଶିକ୍ଷକ ଆହତ ହୋଇଥିବା ସୂଚନା ମିଳିଛି। ଗୁଳି ଚାଳକଙ୍କୁ ଅଟକ ରଖାଯିବା ସହ ସମସ୍ତ ବନ୍ଧକଙ୍କୁ ମୁକ୍ତ କରାଯାଇଥିବା ସୂଚନା ମିଳିଛି।

ପୋଲିସ ଦ୍ୱାରା ସେୟାର କରାଯାଇଥିବା ଏକ ଫଟୋରେ ସନ୍ଦିଗ୍ଧ ବ୍ୟକ୍ତି ସର୍ଟସ ଏବଂ ଟି-ସାର୍ଟ ପିନ୍ଧିଥିବା ସହ ଖାଲି ପାଦରେ ନଜର ଆସିଛନ୍ତି। ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଦ୍ୱାରା ଏକ ଭିଡିଓ ସେୟାର କରାଯାଇଥିଲା। ଯେଉଁଥିରେ ସଶସ୍ତ୍ର ପୋଲିସ ବାହିନୀ ତିନି ମହଲା ବିଶିଷ୍ଟ ଏହି ସ୍କୁଲରେ ପ୍ରବେଶ କରି ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ବାହାର କରୁଥିବା ନଜର ଆସିଥିଲେ।

 

Comments are closed.