ଭୁବନେଶ୍ୱର: ରାଜ୍ୟ ବିଜେପିର ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ଏବଂ ଅନ୍ୟ ୨୧ ଜଣ ଜେଲରୁ ମୁକୁଳିଛନ୍ତି । ଶନିବାର ଝାରପଡ଼ା ଜେଲ ପାଖରୁ ବିଜେପି ପାର୍ଟି ଅଫିସ୍ ଯାଏଁ ରାଲିରେ ଆସିଥିଲେ। ଏହାପରେ ସମସ୍ତଙ୍କୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ବାଗତ କରିଥିଲେ। ନବ ଦାସ ହତ୍ୟାକାଣ୍ଡ ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି କହି ଆନ୍ଦୋଳନ ବେଳେ ପୋଲିସ ସହ ଧସ୍ତାଧସ୍ତି ଘଟଣାରେ ଗିରଫ ହୋଇ ଜେଲରେ ଥିଲେ ଯୁବମୋର୍ଚ୍ଚାର ଏହି ନେତା।
ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଇରାଶିଷ କହିଛନ୍ତି, ଓଡ଼ିଶାର ଯୁବକମାନେ ‘କ୍ରିତଦାସ’ ନୁହନ୍ତି। ଆଜିଠାରୁ ଆରମ୍ଭ ହୋଇଛି ସଂଗ୍ରାମ। ଆଗାମୀ ଦିନରେ ଆମେ ସମଗ୍ର ରାଜ୍ୟରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବୁ ଯେ, ଏହି ସରକାର ବଦଳିବା ଦରକାର। ଯୁବମୋର୍ଚ୍ଚାର ନେତାମାନେ ସରକାରଙ୍କ ଜେଲଦଣ୍ଡକୁ ଖାତିର କରୁନାହାନ୍ତି। ଏହି ସଙ୍ଘର୍ଷ ଆଗାମୀ ଦିନରେ ଯୁବକମାନଙ୍କର ସ୍ୱର ହେବାକୁ ଯାଉଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୨୮ ତାରିଖରେ ଇରାଶିଷ ଆଚାର୍ଯ୍ୟଙ୍କ ସମେତ ବିଜେଡ଼ି କର୍ମୀମାନେ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନବ ଦାସ ହତ୍ୟାକାଣ୍ଡର ତଦନ୍ତରେ ଅବହେଳାକୁ ବିରୋଧ କରିଥିଲେ। ସେମାନେ ଓଡ଼ିଶା ବିଧାନସଭା ଅଭିମୁଖେ ପଦଯାତ୍ରା କରୁଥିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ଗୁଳିକାଣ୍ଡରେ ୨୧ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ ଜଣ ବିଜେଡ଼ି କର୍ମୀଙ୍କୁ ଗିରଫ କରିଛି।
ଗତ ଏପ୍ରିଲ ୨୦ ତାରିଖରେ ହାଇକୋର୍ଟ ସମସ୍ତଙ୍କୁ ଜାମିନ ପ୍ରଦାନ କରିଥିଲେ। ସେମାନେ ୫୦ ଦିନରୁ ଅଧିକ ସମୟ ଜେଲରେ ରହିଥିଲେ।
Comments are closed.