ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଏକ ଆଦିବାସୀ ଆବାସିକ ବିଦ୍ୟାଳୟର ୨୨ ଜଣ ଛାତ୍ରଛାତ୍ରୀ ଝାଡ଼ାବାନ୍ତି କରିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ବାମରା ବ୍ଲକ ଅନ୍ତର୍ଗତ ସଲୋହି ଆଶ୍ରମ ସ୍କୁଲର କିଛି ଛାତ୍ରଛାତ୍ରୀ ୩ ଦିନ ତଳେ ସମାନ ରୋଗରେ ପୀଡ଼ିତ ହୋଇଥିଲେ। ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇଥିଲେ।
ଏହାପରେ ଆବାସିକ ବିଦ୍ୟାଳୟର ଅଧିକାଂଶ ଛାତ୍ରଛାତ୍ରୀ ଝାଡ଼ାବାନ୍ତି ଓ ବାନ୍ତି ହେଉଥିବା ଅଭିଯୋଗ କରିଥିଲେ। ଏହି ରୋଗରେ ପୀଡ଼ିତ ମୋଟ ୨୨ ଜଣ ଛାତ୍ରଛାତ୍ରୀ କେଶାଇବାହାଲସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସେମାନେ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
କୁଚିଣ୍ଡା ଉପଖଣ୍ଡ ଚିକିତ୍ସା ଧିକାରୀ ସୁବୋଧ ନାୟକ ଗଣମାଧ୍ୟମକୁ କହିଛନ୍ତି, ଚିକିତ୍ସାଧୀନ ଛାତ୍ରଛାତ୍ରୀଙ୍କ ଅବସ୍ଥା ସ୍ଥିର ରହିଛି। ସେମାନଙ୍କ ଅସୁସ୍ଥତାର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ପେଟ ଖରାପ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।
Comments are closed.