Latest Odisha News

BREAKING NEWS

ରାଜ୍ୟରେ ବଢୁଛି କରୋନା ମାମଲା: ଚିହ୍ନଟ ହେଲେ ଆଉ ୨୩ ପଜିଟିଭ

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର ସକାଳୁ ଚିହ୍ନଟ ହୋଇଛନ୍ତି ଆଉ ୨୩ ପଜିଟିଭ ।

ଚିହ୍ନଟ ୨୩ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ଵରରୁ ସର୍ବାଧିକ ୧୫ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଯାଜପୁର ଜିଲ୍ଲାରୁ ୩ ଜଣ, ପୁରୀ ଜିଲ୍ଲାରୁ ଜଣେ ଏବଂ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତି ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହି ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ସଂଖ୍ୟା୧୫୭ ରେ ପହଂଚିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.