Latest Odisha News

ବାଲେଶ୍ଵର ଖଇରାରେ ୪୮ ଘଣ୍ଟିଆ ସଟଡାଉନ ଘୋଷଣା

ବାଲେଶ୍ଵର: ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ମଧ୍ୟରେ କରୋନା ସଂକ୍ରମିତଙ୍କ ହାର ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଖଇରା ଗ୍ରାମ ପଞ୍ଚାୟତର ସରପଞ୍ଚ ମଙ୍ଗଳବାର ସକାଳ ୬ ଟାରୁ ଏଠାରେ ୪୮ ଘଣ୍ଟିଆ ସଟଡାଉନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ ଭଳି କ୍ଷମତା ପ୍ରଦାନ କରିବା ପରେ ଏହାର ବ୍ୟବହାର କରି ଖଇରା ସରପଞ୍ଚ ଏହି ଭଳି ନିଷ୍ପତ୍ତି ନେଇଛନ୍ତି।

ଏହି ସଟଡାଉନ ଅବଧି ମେ ୧୪ ପର୍ଯ୍ୟନ୍ତ ବଳବତ୍ତର ରହିବ।

ସଟଡାଉନ ସମୟରେ ସ୍ଥାନୀୟ ଅଞ୍ଚଳରେ ଥିବା ଡାକ୍ତରଖାନା ଏବଂ ମେଡିସିନ୍ ଷ୍ଟୋରଗୁଡିକ ଖୋଲା ରହିବ ବୋଲି ଜଣାପଡିଛି ।

Leave A Reply

Your email address will not be published.