ବ୍ରହ୍ମପୁର:ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଥିବା ଆଞ୍ଚଳିକ ରୋଗ ନିଦାନ କେନ୍ଦ୍ର(ଆରଡିସି)କୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରାଯାଇଛି। ସୋମବାର ଠାରୁ ରାତିରେ ମଧ୍ୟ ରୋଗୀଙ୍କ ରକ୍ତ ସହ ଅନ୍ୟାନ୍ୟ ପରୀକ୍ଷା ହୋଇପାରିବ। ରାତିରେ ପରୀକ୍ଷା କରିବାକୁ ଆରଡିସିରେ ନୂତନଭାବେ କର୍ମଚାରୀ ନିଯୁକ୍ତ କରାଯାଇଛି ା
୧୯୮୦ରୁ ଆରମ୍ଭ ହୋଇଥିବା ଏହି ରୋଗ ନିଦାନ କେନ୍ଦ୍ର ତଥା ରକ୍ତ ଓ ମଳ ମୂତ୍ର ପରୀକ୍ଷା କେନ୍ଦ୍ରରେ ଆଜି ଯାଏଁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ ପରୀକ୍ଷା ନିରୀକ୍ଷା କରାଯାଉଥିଲା। ଦୁଇ ମହଲା ବିଶିଷ୍ଟ ଏହି କେନ୍ଦ୍ରରେ ସେରୋଲୋଜି, ପାଥୋଲୋଜି ଓ ବାୟୋକେମେଷ୍ଟ୍ରି ବିଭାଗର ୩୦ରୁ ଅଧିକ ପ୍ରକାର ପରୀକ୍ଷା ହେଉଥିଲା। ଏମକେସିଜିର ଆଉଟଡୋରକୁ ଦୈନିକ ୩୦୦୦ରୁ ଅଧିକ ରୋଗୀ ଆସୁଥିବା ବେଳେ ଇନଡୋରରେ ପ୍ରାୟ ୨୦୦୦ ରୋଗୀ ରହୁଛନ୍ତି। ସେହିକ୍ରମରେ ଆରଡିସିରେ ରକ୍ତ ପରୀକ୍ଷା କରିବାକୁ ସକାଳୁ ସନ୍ଧ୍ୟା ଯାଏଁ ଭିଡ ଜମୁଥିଲା। ଏପଟେ ରାତିରେ ଏମକେସିଜିକୁ ଆସୁଥିବା ଗୁରୁତର ରୋଗୀଙ୍କ ପରୀକ୍ଷା ହୋଇପାରୁନଥିଲା। ସେହିକ୍ରମରେ ଆରଡିସିକୁ ୨୪ ଘଣ୍ଟିଆ ଖୋଲିବାକୁ ଏମକେସିଜି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ରାତିରେ ରକ୍ତ ପରୀକ୍ଷା ପାଇଁ ଆରଡିସି କୋଠାରେ ଖୋଲାଯାଇଥିବା ନୂତନ ଲାବ୍ରୋଟୋରୀକୁ ସୋମବାର ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ ପ୍ରଫେସର ଡା. ଅବନିକାନ୍ତ ମିଶ୍ର ଓ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ଉଦଘାଟନ କରିଥିଲେ। ଉଦଘାଟନ ସମୟରେ ଅତିରିକ୍ତ ଅଧୀକ୍ଷକ ଡା. କିରଣ କୁମାର ପଟ୍ଟନାୟକ, ରେଜିଷ୍ଟ୍ରାର ରାଜେନ୍ଦ୍ର କୁମାର ମିଞ୍ଜ, ପାଥୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡା. ସ୍ୱୟଂପ୍ରଭା ପ୍ରଧାନ, ବାୟୋକେମିଷ୍ଟ୍ରି ମୁଖ୍ୟ ପ୍ରଫେସର ଡା. ନିରୁପମା ଦେବୀ, ଡା ଦେବୀପ୍ରସାଦ ପ୍ରଧାନଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ। କିଛି ଦିନ ତଳେ ଆରଡିସିରେ ୨୩ ଜଣ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଯାହା ରାତିରେ ରୋଗୀଙ୍କୁ ସେବା ଯୋଗାଇବାରେ ସହାୟକ ହେବ। ବିଶେଷକରି ରାତିରେ ଏମକେସିଜିକୁ ଆସୁଥିବା ଗୁରୁତର ରୋଗୀଙ୍କ ୟୁରିଅା, ସୁଗର, କ୍ରିଏଟିନ, ଡେଙ୍ଗୁ ରୋଗୀଙ୍କ ପ୍ଲେଟଲେଟ, ମ୍ୟାଲେରିଆ, ଏଚଆଇଭି, ସୋଡିୟମ ଓ ପୋଟାସିୟମ ଭଳି ଜରୁରୀ ପରୀକ୍ଷା କରାଯାଇପାରିବ ବୋଲି ଆରଡିସିର ଇନଚାର୍ଜ ପ୍ରଦୀପ କୁମାର ଶତପଥି ଓ ତପନ କୁମାର ବେହେରା ସୂଚନା ଦେଇଛନ୍ତି।
BREAKING NEWS
- ଓଡ଼ିଆ ପକ୍ଷ-୨୦୨୬: ଏପ୍ରିଲ ୧ରୁ ୧୪ ଦିନ ଧରି ପାଳନ ହେବ
- ସରକାରଙ୍କ ବିରୋଧରେ ଗର୍ଜିଲେ ସବୁ ଦଳ
- ଚିଟଫଣ୍ଡ୍ ଟଙ୍କା ଫେରି ପାଇଲେଣି ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ….
- ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସ୍ର ବରିଷ୍ଠ କିରାଣୀ
- ଜନଗଣନା ତଥ୍ୟ RTI ପରିସରଭୁକ୍ତ ନୁହେଁ
- Maoist Surrender:ମହିଳା ମାଓବାଦୀ ମୋଙ୍ଗଡ଼ିଙ୍କ ଆତ୍ମସମର୍ପଣ;ବାଙ୍କୋ ଖଣି ବିସ୍ଫୋରକ ଲୁଟ୍ ଘଟଣାରେ ଥିଲେ ଜଡିତ
- Nandankanan: ନନ୍ଦନକାନନକୁ ଆସିଲେ ଅତିଥି: ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ପ୍ରଜାତି ୧୭୯କୁ ବୃଦ୍ଧି
- ସମୁଦ୍ରରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ
- ବିଶ୍ୱରେ ତେଲ ପାଇଁ ସଂଘର୍ଷ ୧୯୭୩ ସଙ୍କଟର ହେବ କି ପୁନରାବୃତ୍ତି ?
- Gang Rape: ଲିଫ୍ଟ ଦେବା ଆଳରେ ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ
Comments are closed.