Latest Odisha News

BREAKING NEWS

ମେଡିକାଲ କଲେଜ ତୁରନ୍ତ କାର୍ଯ୍ୟକ୍ଷମ ଦାବିରେ ୨୪ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୨୪ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆ ଯାଇଛି । ଏଥିସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକରା ଦେଇଛି ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି । ମେଡିକାଲ କଲେଜ ଚଳାଇବା ପାଇଁ ଏମସିଏଲ ଟଙ୍କା ଦେବାକୁ ରାଜି ହେବା ସହ ରାଜ୍ୟ ସରକାର ଏହାକୁ ଚଳାଇବେ ବୋଲି ଘୋଷଣା କରିଥିଲେ । ହେଲେ ଏହା ଭିତରେ ପ୍ରାୟ ଏକମାସ ବିତି ଗଲାଣି ।

କିନ୍ତୁ ଆଉ କିଛି ଅଗ୍ରଗତି ହେଉ ନାହିଁ କି ଛାତ୍ରଛାତ୍ରୀ ମାନଙ୍କ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ନଥିବା ଅଭିଯୋଗ କରିଛି କ୍ରିୟାନୁଷ୍ଠାନ କମିଟି । ଏହାର ପ୍ରତିବାଦ କରି ତୁରନ୍ତ ମେଡିକାଲ୍ କଲେଜ କାର୍ଯ୍ୟକ୍ଷମ କରିବା ଦାବିରେ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ଡାକରା ଦେଇଛି । ବନ୍ଦ ଡାକରାକୁ ବସ୍ ଆସୋସିଏସନ୍ ମଧ୍ୟ ସମର୍ଥନ ଜଣାଇଛି ।

Leave A Reply

Your email address will not be published.