Latest Odisha News

BREAKING NEWS

ଗାଈଙ୍କ ଚିକିତ୍ସା ଲାଗି ୨୪ ଘଣ୍ଟା ଦିଆଯିବ ଆମ୍ବୁଲାନ୍ସ ସେବା

ନୂଆଦିଲ୍ଲୀ: ଯୋଗୀ ସରକାରଙ୍କ ନୂଆ ନିୟମ। ରାଜ୍ୟରେ ଥିବା ଗାଈମାନଙ୍କୁ ଶୀଘ୍ର ଚିକିତ୍ସା ଯୋଗାଇବା ଲାଗି ‘ଡାଏଲ୍ ୧୧୨’ ଜରୁରୀକାଳୀନ ହେଲ୍ପଲାଇନ ସେବା ଲାଇନରେ ‘ଅଭିନବ ଆମ୍ବୁଲାନ୍ସ’ ସେବା ଆରମ୍ଭ କରିବାକୁ ଯାଉଛନ୍ତି।

ୟୁପିର ଦୁଗ୍ଧ, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଚୌଧୁରୀ କହିଛନ୍ତି ଯେ ରାଜ୍ୟବ୍ୟାପୀ ଏହି ସେବା ଆରମ୍ଭ କରିବାକୁ ୫୧୫ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇଛି। ପ୍ରତ୍ୟେକ ଆମ୍ବୁଲାନ୍ସରେ ଜଣେ ପ୍ରାଣୀ ଚିକିତ୍ସକ ରହିବେ।

ସେ କହିଛନ୍ତି ଯେ ଏହି ସେବା ଦିନକୁ ୨୪ ଘଣ୍ଟା ଉପଲବ୍ଧ ହେବ ଏବଂ ଏଥିପାଇଁ ଲକ୍ଷ୍ନ‌ୌରେ ଏକ କଲ ସେଣ୍ଟର ପ୍ରତିଷ୍ଠା କରାଯିବ। ଯିଏ ଏହି ସେବା ପାଇଁ କଲ୍‌ କରିବ, ଆମ୍ବୁଲାନ୍ସ ତାଙ୍କ ପାଖରେ ୧୫ ରୁ ୨୦ ମିନିଟରେ ପହଞ୍ଚିବ। ଏହି ସେବା ଆସନ୍ତା ମାସ ଡିସେମ୍ବର ସୁଦ୍ଧା ଆରମ୍ଭ ହେବ।

Leave A Reply

Your email address will not be published.