Latest Odisha News

ପାକିସ୍ତାନରେ ଥାନା ଉପରେ ଆତଙ୍କୀ ହମଲା; ୨୪ ମୃତ 

ଇସଲାମାବାଦ: ପାକିସ୍ତାନରେ ଥମୁନି ଆତଙ୍କୀ ଆକ୍ରମଣ। ଲାଗାତର ଆତଙ୍କବାଦୀ ଆକ୍ରମଣ ଜାରି ରଖିଛନ୍ତି। ଆଜି ହମଲାରେ ପାକିସ୍ତାନର ଉତ୍ତର-ପଶ୍ଚିମାଞ୍ଚଳ ଥରି ଉଠିଛି। ଖାଇବର ପାଖତନୁଖୱାରେ ପୋଲିସକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଆକ୍ରମଣରେ ପ୍ରାୟ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ପୋଲିସ ଓ ସୁରକ୍ଷାକର୍ମୀ।

ସୂଚନାନୁସାରେ, ଦକ୍ଷିଣ ଓ୍ବଜିରିସ୍ଥାନ ଆଦିବାସୀ ଜିଲ୍ଲା ସୀମାନ୍ତରେ ଥିବା ଡେରା ଇସମାଇଲ ଖାନ ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ପ୍ରଥମେ ବିସ୍ଫୋରକ ବୋଝେଇ ଗାଡ଼ିକୁ ପୋଲିସ ଷ୍ଟେସନରେ ଧକ୍କା ଦେଇଥିଲେ ଏବଂ ପରେ ମୋର୍ଟାର ଆକ୍ରମଣ କରାଯାଇଥିଲା। ବିସ୍ଫୋରଣରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ସ୍ଥାନୀୟ ପୋଲିସର କହିବାନୁସାରେ, ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସକୁ ସଚେତନ କରାଯାଇଥିଲା । ଏହି ଅଞ୍ଚଳର ଲୋକଙ୍କୁ ସଚେତନ କରାଯାଇଥିଲା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିଲା । ହମଲା ପରେ ତୁରନ୍ତ ଏକ ଟିମ୍ ଘଟଣାସ୍ଥଳକୁ ପଠାଯାଇଥିଲା । ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଜିଲ୍ଲା ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ଏବଂ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି।

Comments are closed.