Latest Odisha News

BREAKING NEWS

କଟକ ପରେ ଅନୁଗୁଳରେ ବଢ଼ୁଛି ସଂକ୍ରମଣ, ଆଜି ରାଜ୍ୟରେ ୨୪୨୩ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ଟ୍ରେଣ୍ଡ । ଲଗାତର ତିନି ଦିନ ହେଲା ୩ ହଜାର ତଳେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୪୨୩ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୧୭ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୦୦୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୪୬୬୨ରେ ପହଞ୍ଚିଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଆଜି ମଧ୍ୟ ଖୋର୍ଦ୍ଧା ପ୍ରଥମ ସ୍ଥାନରେ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ୩୫୯ଟି ନଆ ମାମଲା ସାମ୍ନାକୁ ଆସିଛି । ସେପେଟ କଟକରେ ପରେ ଚିନ୍ତା ବଢ଼ାଇଛି ଅନୁଗୁଳି । ଲଗାତାର ଦ୍ୱିତୀୟ ଦିନ ପାଇଁ ସଂକ୍ରମଣ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଅନୁଗୁଳ । ଜିଲ୍ଲାରେ ଆଜି ମଧ୍ୟ ୨ଶହ ଉପରେ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୨୨୯ ଜଣ କରୋନା ଆକ୍ରାନ୍ତ ବାହାରିଛନ୍ତି ।

ସେହିପରି କଟକରୁ ୧୧୮, ମଭୂରଭଂଜରୁ ୧୨୮, ସୁନ୍ଦରଗଡରୁ ୧୯୫, ବରଗଡରୁ ୯୯, ଯାଜପୁର ୯୭, ବଲାଙ୍ଗିରରୁ ୯୩, ଜଗତସିଂହପୁରରୁ ୮୪, କେନ୍ଦୁଝରରୁ ୭୦, କେନ୍ଦ୍ରାପଡାରୁ ୭୩, ଭଦ୍ରକରୁ ୬୩ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୫୪୬୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୨୫୯୫୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୨୭୬୧୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.