Latest Odisha News

ଭୁବନେଶ୍ୱରରେ ସର୍ବାଧିକ ୨୪୮ କରୋନା ପଜିଟିଭ; ଦୁଇଟି ବସ୍ତିରୁ ୬୫ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୪୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୦୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ୪୧ଟି ସ୍ଥାନୀୟ ମାମଲା ରହିଛି । ସେଥିମଧ୍ୟରେ ୨୦୫ ଜଣ ଅନ୍ୟଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ବିଜେବି ନଗରର ମହିସିଖାଲ ବସ୍ତିରୁ ୪୫ ଓ ନୟାପଲ୍ଲୀର ସୀତାପୁର ବସ୍ତିରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡା ୨୭ ଜଣ ଘରୋଇ ହସ୍ପିଟାଲର କର୍ମଚାରୀ ରହିଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।ଅପରପକ୍ଷରେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ୧୭୧୭ କରୋନା ପଜିଟିଭ ମାମଲା ରହିଛି । ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୭୦ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୮୩୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୧୧ ଜଣଙ୍କର ମୃତ୍ୟୁ ଘଟିଛି ।

Comments are closed.