Latest Odisha News

ରାଜ୍ୟରେ ୨୫ ହଜାର ଆରଟି-ପିସିଆର ଏବଂ ୫୦ ହଜାର ଆଣ୍ଟିଜେନ୍‌ ଟେଷ୍ଟ ଲକ୍ଷ୍ୟ; ଏସିଏସ୍‌

ଭୁବନେଶ୍ବର: ରାଜ୍ୟରେ ୨୫ ହଜାର ଆରଟିପିସିଆର ଟେଷ୍ଟ ଏବଂ ୫୦ ହଜାର ଆଣ୍ଟିଜେନ୍‌ ଟେଷ୍ଟ ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଲେ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର। କରୋନା ପଜିଟିଭ ହେଲେ ବ୍ୟସ୍ତ ନହୋଇ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଲେ ଏସିଏସ୍‌।

ଏହାଛଡ଼ା ରାଜ୍ୟରେ ଅକ୍ଚିଜେନର ଅଭାବ ନଥିବା କହିଲେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ମହଜୁଦ ରହିଛି। ସମ୍ପୂର୍ଣ୍ଣ ଅମ୍ଳଜାନ ଯୋଗାଣ ଉପରେ ନଜର ରଖିବାକୁ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି ହୋଇଛନ୍ତି।

ଏହାସହ କୋଭିଡ୍‌ ନିୟମ ପାଳନ କରିବା ସହ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ଏସିଏସ୍‌।

Comments are closed.