Latest Odisha News

ଭାରତକୁ ଆମେରିକାରୁ ବଡ଼ ସଫଳତା, ଆମେରିକା କୋର୍ଟ ଦେଲେ ବଡ଼ ରାୟ

ନୂଆଦିଲ୍ଲୀ: ଭାରତକୁ ଆମେରିକାରୁ ବଡ଼ ସଫଳତା । ଭାରତ ଫେରିବ ୨୬/୧୧ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ହୁସେନ ରାଣା । ତହବ୍ବୁରକୁ ଭାରତ ଫେରାଇ ଆଣିବା ପାଇଁ ଅନୁମତି ଦେଇଛନ୍ତି ଆମେରିକାର ଏକ କୋର୍ଟ । ଭାରତ-ଆମେରିକା ପ୍ରତ୍ୟାର୍ପଣ ଚୁକ୍ତି ଆଧାରରେ ଗତ ଅଗଷ୍ଟରେ ଆମେରିକା କୋର୍ଟ ଏହା ଉପରେ ବିଚାର କରିଥିଲେ । ଏବେ ସବୁଜ ସଙ୍କେତ ମିଳିବା ପରେ ଆମେରିକାରୁ ତହବ୍ବୁର ରାଣାଙ୍କୁ ଭାରତ ଆଣିବା ପାଇଁ ପ୍ରକ୍ରିୟା ତୀବ୍ର ହେବ ।

୨୬/୧୧ ଆକ୍ରମଣର ମୁଖ୍ୟ ଅଭିଯୁକ୍ତକୁ ସହଯୋଗ କରିଥିଲା ତହବ୍ବୁର ହୁସେନ । ଭାରତ ସରକାର ତହବ୍ବୁରକୁ ଫେରାଇବା ପାଇଁ ପୂର୍ବରୁ ଦାବି କରି ଆସିଥିଲେ । ତଥ୍ୟ, ପ୍ରମାଣ ଆଧାରରେ ଏବେ ପ୍ରତ୍ୟାବର୍ତ୍ତନ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଆମେରିକା କୋର୍ଟ । ୨୦୦୯ରେ ଚିକୋଗାରୁ ତହବ୍ବୁର ହୁସେନ ରାଣାକୁ ଗିରଫ କରିଥିଲା FBI । ତହବ୍ବୁର ପାକିସ୍ତାନର ISI ଏବଂ ଲସ୍କର-ଇ-ତୋଇବା ସହ ସମ୍ପର୍କରେ ଥିଲା । ତହବ୍ବୁର ହୁସେନ ପାକିସ୍ତାନୀ ବାସିନ୍ଦା ହୋଇଥିବା ବେଳେ ସେ କାନାଡାରେ ରହି ବ୍ୟବସାୟ କରୁଥିଲେ । ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ତହବ୍ବୁରର ଭୂମିକା ଥିବାରୁ ତାଙ୍କୁ ଭାରତ ଫେରାଇବାକୁ ଅନୁରୋଧ କରାଯାଇଥିଲା ।

Comments are closed.