Latest Odisha News

ରାଜ୍ୟ ପାଇଁ ବଢୁଛି ଚିନ୍ତା: ଚିହ୍ନଟ ହେଲେ ଆଉ ୨୬ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୬ ଜଣ କରୋନା ପଜିଟିଭ । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏକକାଳୀନ ୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

BjdElectrycity

ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ ରେ ପହଞ୍ଚିଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଗଞ୍ଜାମରୁ ୧୯ ଜଣ, କେନ୍ଦ୍ରାପଡାରୁ ୫ ଓ ଭଦ୍ରକ ଜିଲ୍ଲାରୁ ୨ ଜଣ ଥିବା ଜଣାପଡିଛି ।

ଗତକାଲି ସର୍ବାଧିକ ୩୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।

ଗଞ୍ଜାମରେ ସ୍ଥିତି ଉଦବେଗ ଜନକ ହୋଇପଡିଛି । ଗତକାଲି ଚିହ୍ନଟ ହୋଇଥିବା ୩୪ ପଜିଟିଭଙ୍କ ମଧ୍ୟରୁ ୨୪ ଜଣ ଗଞ୍ଜାମର ହୋଇଥିବା ବେଳେ ଆଜି ଗଞ୍ଜାମରେ ୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.