ନୂଆଦିଲ୍ଲୀ: ପଂଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ୨୭ ଆଇପିଏସ ଅଧିକାରୀ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏ ନେଇ ପତ୍ର ଲେଖିଛନ୍ତି । ଏହି ମାମଲାକୁ ଗୁରୁତ୍ୱ ସହକାରେ ନେବା ପାଇଁ ସେମାନେ ଅନୁରୋଧ କରିଛନ୍ତି । ଏଥିରେ ପୂର୍ବତନ ଡିଜିପି, ଡିଜି, ଅତିରିକ୍ତ ଡିଜି ପ୍ରମୁଖ ରହିଛନ୍ତି ।
ପଞ୍ଜାବ ସରକାର ଏବଂ ପୋଲିସ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳା କରିଛନ୍ତି । ପୂର୍ବରୁ ଏ ଭଳି ଘଟଣା କେବେ ଘଟି ନ ଥିଲା,ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେମାନେ ଲେଖିଛନ୍ତି । ଏଥିପାଇଁ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆଇପିଏସ ସଂଘ କହିଛି ।
Comments are closed.