Latest Odisha News

BREAKING NEWS

ଆଉ ୨୭ ଚିହ୍ନଟ ପରେ ସୁନ୍ଦରଗଡରେ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୬୨

ସୁନ୍ଦରଗଡ଼: ଗୁରୁବାର ୨୭ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ରୋଗ ଏବେ ବ୍ୟାପିବାରେ ଲାଗିଛି।ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ସୁନ୍ଦରଗଡ଼ ସିଡିଏମଓ କାହ୍ନୁଚରଣ ନାୟକ କହିଛନ୍ତି ଯେ, ଗୁରୁବାର ଆକ୍ରାନ୍ତଙ୍କ ସଂଖ୍ଯା ସହିତ ଚଳିତ ବର୍ଷ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୬୨ ଜଣ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଅଧିକାଂଶ ରୋଗୀ ସୁନ୍ଦରଗଡ଼ ସଦର ଓ ବାଲିଶଙ୍କର ବ୍ଲକର ବୋଲି ଜଣାପଡ଼ିଛି। ଜିଲ୍ଲାରେ ସ୍କ୍ରବ ଟାଇଫସ୍ ରୋଗରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଜାନୁଆରୀ ପହିଲାରୁ ଜିଲ୍ଲାରେ ମୋଟ ୧୬୨ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ରୋଗୀ ଅନ୍ୟ ଜିଲ୍ଲାର ହୋଇଥିବା ବେଳେ ୧୦ ଜଣ ବାହାର ରାଜ୍ୟର ବୋଲି ସିଡିଏମଓ କହିଛନ୍ତି।

ରାଜ୍ୟ ସରକାର ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।

ଏଏନ୍ଏମ୍ ଓ ଆଶାକର୍ମୀମାନେ ଘରକୁ ଘର ବୁଲି ଏହାର ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ସନ୍ଦିଗ୍ଧ ରୋଗୀଙ୍କ ଉପରେ ନଜର ରଖିବା ସହ ସେମାନଙ୍କ ଟେଷ୍ଟିଙ୍କୁ ମଧ୍ୟ ବଢ଼ାଇ ଦିଆଯାଇଛି। ସେହିପରି ପଶ୍ଚିମ ଓଡିଶାର ଅନ୍ୟତମ ଜିଲ୍ଲା ବରଗଡରେ ମଧ୍ୟ ଏହି ଭାଇରସ୍ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହି ଭାଇରସରେ ୬ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.