Latest Odisha News

BREAKING NEWS

ଓଡ଼ିଶାର ୨ୟ ପର୍ଯ୍ୟାୟ ନିର୍ବାଚନ: ୨୭୯ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଣ୍ଣୟ

ଭୁବନେଶ୍ୱର: ଏପ୍ରିଲ ୧୮ ଅର୍ଥାତ୍ ଆସନ୍ତାକାଲି ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ୨ୟ ପର୍ଯ୍ୟାୟରେ ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ଲାଗି ମତଦାନ କରିବେ ଭୋଟର୍ ।

ଯେଉଁ ୫ଟି ଲୋକସଭା ଆସନ ଗୁଡ଼ିକ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେବ ସେହି ଆସନ ଗୁଡ଼ିକ ହେଲା – ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଅସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ।

ଏହି ୫ଟି ଲୋକସଭା ଆସନ ଲାଗି ମୋଟ ୩୫ ଜଣ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ ମହିଳା ରହିଛନ୍ତି । ସେହିପରି ୩୫ଟି ବିଧାନସଭା ଲାଗି ସର୍ବମୋଟ ୨୪୪ ଜଣ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ୨୫ ଜଣ ମହିଳା ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ ହେବ ।

ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ବୁଧବାର ଦିନ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, ଭୋଟଦାନ କରିବାକୁ ଯାଉଥିବା ମୋଟ ୭୬, ୯୩, ୧୨୨ ଜଣ ଭୋଟରଙ୍କ ମଧ୍ୟରୁ ୩୯, ୪୫, ୦୨୫ ଜଣ ଭୋଟର ହେଲେ ପୁରୁଷ ଏବଂ ୩୭, ୪୭, ୪୯୩ ଜଣ ମହିଳା ଭୋଟର ରହିଛନ୍ତି । ସେହିପରି ୬୦୫ ଜଣ କିନ୍ନର ଭୋଟର ରହିଛନ୍ତି । ଏହି ୨ୟ ପର୍ଯ୍ୟାୟ ମତଦାନରେ ୯,୧୧୭ଟି ଭୋଟଗ୍ରହଣ କେନ୍ଦ୍ରରେ ମତଦାନ ଅନୁଷ୍ଠିତ ହେବ ।

ସେହିପରି ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଏହି ଭୋଟ ଗ୍ରହଣ କେନ୍ଦ୍ରଗୁଡିକ ମଧ୍ୟରୁ ୩,୭୦୧ଟି ଉତ୍ତେଜନା ପ୍ରବଣ ଭୋଟକେନ୍ଦ୍ର ରହିଛି, ମାତ୍ର ସେଥିମଧ୍ୟରୁ ୭୩୯ଟି ଅତି ଉତ୍ତେଜନା ପ୍ରବଣ ବୁଥ୍ ରହିଥିବାର ସେ କହିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ) ଯବାନ ବଲାଙ୍ଗୀର ଓ କନ୍ଧମାଳର ମାଓବାଦୀ ଉପଦ୍ରୁତ ଅଞ୍ଚଳରେ ବ୍ୟାପକ ଭାବେ ମୁତୟନ ହେବେ । ସେହିପରି ୬୨୩ଟି ଅତ୍ୟନ୍ତ ସମ୍ବେଦନଶୀଳ ବୁଥରେ ସିସିଟିଭି କ୍ୟାମେରା ଖଞ୍ଜାଯିବାର ସମତ୍ତ ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.