Latest Odisha News

BREAKING NEWS

୨୮ କରୋନା ଯୋଦ୍ଧାଙ୍କ ସମେତ ଗଞ୍ଜାମରୁ ୨୨୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୨୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ ।

ପ୍ରାପ୍ତ ସୂଚନାନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୮ ଜଣ କରୋନା ଯୋଦ୍ଧା ରହିଛନ୍ତି । ସେମାନଙ୍କ ମଧ୍ୟରେ ବେଲଗୁଣ୍ଠା(୧), ବିଇଏମସି(୭), ଭଞ୍ଜନଗର (୮), ବୁଗୁଡା (୨), ଦିଗପହଣ୍ଡି (୨), ଗଞ୍ଜାମ (୧), ଜଗନ୍ନାଥ ପ୍ରସାଦ (୧), ରଙ୍ଗେଇଲୁଣ୍ଡା (୧), ସାନଖେମୁଣ୍ଡି (୧), ଶେରଗଡ (୧), ସୋରଡାରୁ ୩ ଜଣ ରହିଛନ୍ତି ।

ସେହିପରି କୌଣସି ବ୍ୟକ୍ତିଙ୍କର ଟ୍ରାଭେଲ୍ ହିଷ୍ଟି ନଥିବା ବେଳେ ଆଉ ୧୯୭ ଜଣଙ୍କର ଆକ୍ଟିଭ କଣ୍ଟାକ୍ଟ ପଜିଟିଭ କେସ୍ ରହିଛି । ଅପରପକ୍ଷରେ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଗଞ୍ଜାମରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୯୧ ରହିଛି । ସେଥିମଧ୍ୟରେ ୨୧୫୧ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୩୭୮୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୫୯ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.