Latest Odisha News

BREAKING NEWS

କୋଭିଡ୍ ଗାଇଡଲାଇନ ଉଲ୍ଲଂଘନ; ୨୮୩୩ ଅମାନିଆଙ୍କଠାରୁ ଜୋରିମାନା ଆଦାୟ

ଭୁବନେଶ୍ୱର: କୋଭିଡ୍ ୧୯ ଗାଇଡଲାଇନ ଉଲ୍ଲଂଘନ କରିବା ଅଭିଯୋଗରେ ୨୮୩୩ଜଣ ଅମାନିଆଙ୍କଠାରୁ ଜୋରିମାନା ଆଦାୟ କରିଛି କମିଶନରେଟ ପୋଲିସ।

ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି।

ପ୍ରାପ୍ତ ସୂଚନାନୁଯାୟୀ, ଭୁବନେଶ୍ୱରରେ କୋଭିଡ୍ ଗାଇଡ୍ଲାଇନ୍ସ ଉଲ୍ଲଂଘନ ଅଭିଯୋଗରେ ଗତ ୨୪ ଘଣ୍ଟାରେ ୨୮୩୩ ଜଣଙ୍କୁ ଜୋରିମାନା ଆଦାୟ କରାଯାଇଛି। ଏଥିସହିତ ପ୍ରାୟ ୪୧ ଦୋକାନକୁ ମଧ୍ୟ କମିଶନରେଟ ପୋଲିସ ପକ୍ଷରୁ ସିଲ୍ କରାଯାଇଛି।

ତେବେ କୋଭିଡ୍ ଗାଇଡ୍ଲାଇନ୍ସ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Comments are closed.