Latest Odisha News

BREAKING NEWS

ଆଇଏନଏସ ଚିଲିକାରୁ ପାସ୍ ହେଲେ ୨,୮୯୫ ଜଣ ଅଗ୍ନିବୀର

ଭୁବନେଶ୍ୱର: ଆଇଏନ୍ଏସ୍ ଚିଲିକାରୁ ମଙ୍ଗଳବାର ୪୪୮ ଜଣ ମହିଳାଙ୍କ ସମେତ ୨,୮୯୫ ଜଣ ଅଗ୍ନିବୀର ଉତ୍ତୀର୍ଣ୍ଣ ହୋଇଛନ୍ତି। ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ ଭାଇସ ଆଡମିରାଲ ଏମ. ଏ. ହାମ୍ପିହୋଲି ପାସିଂ ଆଉଟ୍ ପରେଡର ସମୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଫଳ ଅଗ୍ନିବୀରଙ୍କ ପରିବାର ଓ ଅଭିଭାବକମାନେ ଉପସ୍ଥିତ ଥିଲେ।

ଏହି ପ୍ୟାରେଡ ୧୬ ସପ୍ତାହର କଠିନ ପ୍ରଶିକ୍ଷଣର ପରିସମାପ୍ତି ଏବଂ ଯୁଦ୍ଧ ପାଇଁ ପ୍ରସ୍ତୁତ, ବିଶ୍ୱସନୀୟ, ସମନ୍ୱିତ ଏବଂ ଭବିଷ୍ୟତ ପାଇଁ ଏକ ତାଲିମ ପ୍ରାପ୍ତ ଫୋର୍ସ ପ୍ରତି ଭାରତୀୟ ନୌସେନାରେ ଏକ ନୂତନ ଯାତ୍ରାର ଆରମ୍ଭକୁ ଚିହ୍ନିତ କରିଛି। ଭାଇସ ଆଡମିରାଲ ହାମ୍ପିହୋଲି ପରେଡ୍ ସମୟରେ ଅଗ୍ନିବୀରମାନଙ୍କୁ ଉଚ୍ଚମାନର ପ୍ରଶିକ୍ଷଣ ଏବଂ ଶୃଙ୍ଖଳା ପାଇଁ ପ୍ରଶଂସା କରିଥିଲେ। ନୌସେନାର କର୍ତ୍ତବ୍ୟ, ସମ୍ମାନ ଏବଂ ସାହସର ମୂଳ ମୂଲ୍ୟବୋଧକୁ ସୁଦୃଢ଼ କରିବା ଲାଗି ସେ ସେମାନଙ୍କୁ ଅନୁରୋଧ କରିଥିଲେ।

ଏହି ଅବସରରେ ସେ କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ମେଡାଲ ପ୍ରଦାନ କରିଥିଲେ। ଶିବାଜୀ ଡିଭିଜନକୁ ସାମଗ୍ରିକ ଚାମ୍ପିଅନସିପ୍ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି ଦ୍ୱିଭାଷୀ ପତ୍ରିକା ‘ଅଙ୍କୁର’ର ଶୀତକାଳୀନ ସଂସ୍କରଣ ଉନ୍ମୋଚିତ ହୋଇଥିଲା।

ଅଗ୍ନିବୀର ଏବେ ଭାରତୀୟ ନୌସେନାର ବିଭିନ୍ନ ଜାହାଜ ଓ ୟୁନିଟରେ ମୁତୟନ କରାଯିବ। ସେମାନେ ୪ ବର୍ଷ ପାଇଁ କାମ କରିବେ, ସେଥିମଧ୍ୟରୁ ଶେଷ ୬ ମାସ ରିଜର୍ଭରେ ରହିବେ। ସେମାନଙ୍କର ସେବା ପରେ ସେମାନେ ସେଭେନ୍ ପ୍ୟାକେଜ୍ ପାଇଁ ଯୋଗ୍ୟ ବିବେଚିତ ହେବେ ଏବଂ ବିଭିନ୍ନ ସରକାରୀ ଓ ଘରୋଇ କ୍ଷେତ୍ରରେ ନିଯୁକ୍ତି କ୍ଷେତ୍ରରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ।

Leave A Reply

Your email address will not be published.