Latest Odisha News

BREAKING NEWS

ବାହାନଗା ରେଳ ଦୁର୍ଘଟଣା; ଆସିଲା ୨୯ ମୃତଦେହର ଡିଏନ୍‌ଏ ରିପୋର୍ଟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ୨୮ ଦିନ ପୂରିଥିବା ବେଳେ ଆଜି ୨୯ ମୃତଦେହଙ୍କର DNA ରିପୋର୍ଟ ଆସିଛି। ଏହି ରିପୋର୍ଟ ଆଧାରରେ ଆଜି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ସେପଟେ ଘଟଣାକୁ ପାଖାପାଖି ଏକ ମାସ ପୂରିଯାଇଥିବା ବେଳେ ମୃତଦେହ ଅପେକ୍ଷାରେ ପରିବାର ଲୋକେ ଏବେ ବି ଚାହିଁ ରହିଛନ୍ତି।

ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମୋଟ ମୃତକଙ୍କ ମଧ୍ୟରୁ ୮୧ ଜଣଙ୍କ ଶବ ଚିହ୍ନଟ ହୋଇପାରି ନଥିଲା। ଏଗୁଡ଼ିକୁ ସବୁ ଭୁବନେଶ୍ୱର ଏମ୍ସରେ ରଖାଯିବା ସହ ଡିଏନ୍‌ଏ ଟେଷ୍ଟ ପାଇଁ ନମୁନା ଦିଲ୍ଲୀ ପଠାଯାଇଥିଲା। ସେଥିମଧ୍ୟରୁ ଆଜି ୨୯ଜଣଙ୍କ ଡିଏନ୍‌ ଏ ରିପୋର୍ଟ ଆସିଥିବା ସୂଚନା ମିଳିଛି

ସୂଚନା ଥାଉକି, ଜୁନ୍ ୨୯ ତାରିଖ ସୁଦ୍ଧା ଦୁର୍ଘଟଣାରେ ମୋଟ ୨୯୩ ଯାତ୍ରୀଙ୍କର ମୃତ୍ୟୁ ହୋଇଛି କିଛି ମୃତଦେହକୁ ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବା ସହିତ କ୍ଷିତପୂରଣ ଦିଆଯାଇଥିବା ବେଳେ ବାକି ଶବର ଚିହ୍ନଟ ଚାଲିଛି। ଏଥିପାଇଁ ମୃତକଙ୍କ ପରିବାର ଲୋକଂକଠାରୁ ପ୍ରଥମ ପର୍ଯ୍ର୍ୟାୟରେ ୨୯ଟି ନମୁନା ସଂଗ୍ରହ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ର୍ୟାୟରେ ୪୯ ଓ ତୃତୀୟ ପର୍ଯ୍ୟାୟରେ ୬ଟି ନମୁନା ସଂଗ୍ରହ କରାଯାଇ ଦିଲ୍ଲୀ ପଠାଯାଇଛି। ସେଥିମଧ୍ୟରୁ ପ୍ରଥମେ ପଠାଯାଇଥିବା ୨୯ ନମୁନାର ରିପୋର୍ଟ ଆସିଛି

ଗତକାଲି ଚିକିତ୍ସିତ ଅବସ୍ଥାରେ କଟକ SCBରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି ବିହାରର ଜାମୁଇ ଅଞ୍ଚଳ ୨୪ ବର୍ଷୀୟ ମନିସ କୁମାର ଦୁର୍ଘଟଣା ପରଠାରୁ କଟକ ଏସିବି ମେଡିକାଲ୍‌ରେ ରହି ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଫଳରେ ବର୍ତ୍ତମାନ ସୁଦ୍ଧା ବାହାନଗା ଟ୍ରେନ୍ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୩ରେ ପହଞ୍ଚିଛି। ସେହିପରି ଆହତ ହୋଇଥିବା ପାଖାପାଖି ୧୦୦୦ ଲୋକଙ୍କ ମଧ୍ୟରୁ କିଛି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ କିଛି ଏବେ ବି ଚିକିତ୍ସିତ ଅଛନ୍ତି।

Comments are closed.