Latest Odisha News

BREAKING NEWS

ଜାତୀୟ ପୋଲିସ ମେଡାଲ: ଓଡିଶାରୁ ପୁରସ୍କୃତ ହେବେ ୨୯ଜଣ ପୋଲିସ

ନୂଆଦିଲ୍ଲୀ : ଆଜି କେନ୍ଦ୍ରର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ରାଜ୍ୟର ପୋଲିସ ମାନଙ୍କୁ ମେଡାଲ ପ୍ରଦାନ ନିମନ୍ତେ ନାମ ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ ବିଭିନ୍ନ ବର୍ଗରେ ଓଡିଶାରୁ ୨୯ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବାକୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ପୋଲିସ ସାହସିକତା ମେଡାଲ ପ୍ରଦାନ କରାଯିବ । ଏହାସହିତ ଆଉ ୪ଜଣ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ମେଡାଲ ଏବଂ ୧୪ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯିବ ।

ସେମାନେ ହେଲେ ଉଲ୍ଲେଖନୀୟ ସେବା ପାଇଁ ଏଏସ୍ପି ସରୋଜ କୁମାର ରଥ, ଏଏସପି ଜ୍ଞାନରଂଜନ ମହାନ୍ତି, ଏଏସପି ଏମ୍ ରାଧାକ୍ରିଷ୍ଣ ଓ ସବ୍ ଇନ୍ସପେକ୍ଟର୍ ରମେଶ ଚନ୍ଦ୍ର ନାୟକ ।

ସେହିପରି ପ୍ରଶଂସନୀୟ ସେବା ବର୍ଗରେ ୧୪ଜଣ ପୋଲିସ କର୍ମଚାରୀ ତଥା ସପ୍ତମ ସ୍ୱତନ୍ତ୍ର ବାଟାଲିୟନ୍ କମାଣ୍ଡାଣ୍ଟ ଜବାହାର ମୋହନ ପଟେଲ, ଅଷ୍ଟମ ବାଟାଲିୟନ୍ କମାଣ୍ଡାଣ୍ଟ୍ ଚନ୍ଦ୍ରଶେଖର ପାତ୍ର, ଏସ୍ ଆଇଡବ୍ଲୁ ଏସପି ଟଙ୍କଧର ପ୍ରଧାନ, ଡିସିପି ଟ୍ରେନିଂ ବିଜୟ କୁମାର ସାହୁ, କ୍ରାଇମବ୍ରାଞ୍ଚ ଏଏସପି ରାଧାବିନୋଦ ପାଣିଗ୍ରାହୀ, ଡିଏସପି ଉଦୟଭାନୁ ମିଶ୍ର, ଡିଏସପି ବୃନ୍ଦାବନ ଘଡେଇ, ଡିଏସପି ସରୋଜ କୁମାର ସାମଲ, ଡିଏସପି ରବୀନ୍ଦ୍ର ପଣ୍ଡା, ଏଏସ୍ଆଇ ମୋହିତ ମଲ୍ଲିକ, ଏଏସଆଇ ରବୀନ୍ଦ୍ର ଆଚାର୍ଯ୍ୟ, ହାବିଲଦାର ଅମିୟ ରାଉତରାୟ, କନେଷ୍ଟବଲ୍ ସତ୍ୟବାଦୀ ମଲ୍ଲିକ ପ୍ରମୁଖ ରହିଛନ୍ତି ।

ସାହସିକତା ବର୍ଗରେ ଏଏସପି ନିରଂଜନ ସାହୁ, ଏଏସଆଇ ଉମେଶ କୁମାର ସିଂ, କନଷ୍ଟେବଲଙ୍କ ମଧ୍ୟରେ ହରିବନ୍ଧୁ, ଭୀଷ୍ମ କାରୁଆଁ, ସାମନ୍ତ ମାଝୀ, ରାକେଶ କୁମାର ସ୍ୱାଇଁ, ଧନେଶ୍ୱର ମାଝି, ହାବିଲଦାର ଭକ୍ତପ୍ରିୟ ସାହୁ, ଅଜୟ ବେହେରା, ସର୍ଜେଣ୍ଟ ଜ୍ୟୋତି କୁମାର, ଡେପୁଟି ସୁବେଦାର ସୌମ୍ୟରଂଜନ ଦାଶ ପ୍ରମୁଖ ପଦକ ପାଇଁ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.