Latest Odisha News

BREAKING NEWS

ବାହାନଗା ଟ୍ରେନ ଦୁର୍ଘଟଣା: ଏବେ ବି ୨୯ ଜଣଙ୍କ ମୃତଦେହ ଚିହ୍ନଟ ହୋଇନି

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ୨ ମାସରୁ ଅଧିକ ଦିନ ବିତିଲାଣି। ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ହେଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୯ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଏହି ଶବଗୁଡିକ ଭୁବନେଶ୍ୱର ଏମ୍ସରେ ରଖାଯାଇଛି । ପୂର୍ବ ତଟ ରେଳବାଇର ସିପିଆରଓ ବିଶ୍ୱଜିତ ସାହୁ କହିଛନ୍ତି ଯେ ଆମେ ଜନସାଧାରଣଙ୍କୁ ସେମାନଙ୍କର ଡିଏନଏ ପରୀକ୍ଷା ପାଇଁ ଆଗକୁ ଆସିବାକୁ ନିବେଦନ କରୁଛୁ ଯାହା ଦ୍ବାରା ଯଦି ପରିବାରର କେହି ନିଖୋଜ ଅଛନ୍ତି, ତେବେ ସେମାନେ ସେମାନଙ୍କର ଡିଏନଏ ପରୀକ୍ଷା ଏମ୍ସରେ ଦେଇପାରିବେ।

ଜୁନ୍ ୨ ରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଆହତ ହୋଇଥିଲେ। ସେପଟେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ମୃତ ଶରୀରକୁ ଭୁଲ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ପଶ୍ଚିମବଙ୍ଗରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା ​​ଯେଉଁଠାରେ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ତାଙ୍କ ୨୨ ବର୍ଷର ପୁଅର ଶବ ବିହାରର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଏହି ଟ୍ରେନ୍ ଦୁର୍ଘଟଣା ପରେ ସିବିଆଇ ଘଟଣାର ତଦନ୍ତ କରୁଛି। ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ଅନୁଧ୍ୟାନ କରିଥିଲେ। ଫୋରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ। ସଂସଦରେ ଏହି ପ୍ରସଙ୍ଗରେ ଉତ୍ତର ରଖି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ କହିଥିଲେ, ସିଗନାଲ ମେସିନରେ ତ୍ରୁଟି ସଂଶୋଧନ କରୁଥିବା ବେଳେ ଭୁଲ ରହିଥିଲା। ଯେଉଁଥିପାଇଁ ମାଲଗାଡି ଲୁପ୍ ଲାଇନରେ ଛିଡା ହୋଇଥିବା ବେଳେ ସମାନ ଲାଇନରେ ଯିବାକୁ କରମଣ୍ଡଳ ଏକ୍ସପ୍ରେସକୁ ଗ୍ରୀନ ସିଗନାଲ ଅନୁମତି ମିଳିଥିଲା।

Leave A Reply

Your email address will not be published.