Latest Odisha News

BREAKING NEWS

ଦେଶର ସବୁ ଜିଲ୍ଲାରେ ଆଜି ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍

ନୂଆଦିଲ୍ଲୀ: କରୋନା ଟିକା ଆସିବା ପୂର୍ବରୁ ଅଭ୍ୟାସ । ଆଜି ଦେଶରେ ଟିକାକରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ କରାଯାଉଛି । ଏକାସଙ୍ଗେ ରିହରସାଲ୍ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ସବୁ ଜିଲ୍ଲା ଓ ମହାନଗର ନିଗମରେ ଡ୍ରାଏ ରନ୍ କରାଯିବ । ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲ୍ଲାର ମେଡିକାଲ କଲେଜ କିମ୍ବା ଘରୋଇ ମେଡିକାଲରେ ଡ୍ରାଏ ରନ୍‌ କରାଯିବ ।
ଗତ ୨ ତାରିଖରେ ସବୁ ରାଜ୍ୟରେ ଡ୍ରାଏ ରନ୍ ହୋଇଥିଲା । ସମାନ ଢଙ୍ଗରେ ଏଥର ବି ଟିକାକରଣର ମକ୍ ଡ୍ରିଲ୍ କରାଯିବ । କାହାକୁ ଟିକା ଦିଆଯିବ ନାହିଁ,  କେବଳ ଟିକାକରଣର ପ୍ରକ୍ରିୟାକୁ ଯାଞ୍ଚ କରାଯିବ । ଆଗକୁ ଖୁବ୍‌ଶୀଘ୍ର ଟିକାକରଣ ଅଭିଯାନ ଆରମ୍ଭ ହେବ । ତାପୂର୍ବରୁ ଡ୍ରାଏ ରନ୍‌ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ ଓ ସହଜ କରିବ ବୋଲି କୁହାଯାଉଛି । ତେବେ ଆଜି ଉତ୍ତରପ୍ରଦେଶ ଓ ହରିଆଣାରେ ଏହି ଡ୍ରାଏ ରନ୍ ହେବ ନାହିଁ ।

 

Leave A Reply

Your email address will not be published.